ଧୂମଧାମରେ ସରିଲା ଶିଳ୍ପପତି ମୁକେଶ ଆମ୍ବାନୀଙ୍କ ଲାଡଲୀ ଈଶା ଆମ୍ବାନୀଙ୍କ ନିର୍ବନ୍ଧ : ଇଟାଲୀରେ ୩ଦିନ ଧରି ଚାଲିଲା ଉତ୍ସବ,ଦେଖିବାକୁ ମିଳିଲା ବଲିଉଡ ଷ୍ଟାରଙ୍କ ଗହଳି

71

ଧୂମଧାମରେ ଶେଷ ହେଲା ଶିଳ୍ପପତି ମୁକେଶ ଆମ୍ବାନୀଙ୍କ ଲାଡଲୀ ଈଶା ଆମ୍ବାନୀ ଓ ଆନନ୍ଦ ପିରାମଲଙ୍କ ଗ୍ରାଣ୍ଡ ଏନଗେଜମେଂଟ ସେରିମନି । ଇଟାଲୀରେ ୩ଦିନ ଧରି ଚାଲିଥିଲା ଏହି ଏନଗେଜମେଂଟ ପାର୍ଟି ।  ଆମ୍ବାନୀ ପରିବାର ସହ ଭାରତରୁ ଅନେକ ଅତିଥି ଇଟାଲୀ ଯାଇଥିଲେ । କିଛି ବଲିଉଡ ଷ୍ଟାର ମଧ୍ୟ ଆସିଥିଲେ ନଜର । ଆମିର ଖାନ ,ପ୍ରିୟଙ୍କା ଚୋପ୍ରା, ନିକ ଜୋନ୍ସ, କରଣ ଜୋହର, ଅନୀଲ କପୁର, ଜାହ୍ୱବୀ କପୁର,ମନୀଷ ମଲହୋତ୍ରା, ଜୁହି ଚାୱାଲା, ସୋନମ କପୁରଙ୍କ ପରି ସେଲିବ୍ରେଟି ସାମିଲ ହୋଇଥିଲେ । ଇଶାଙ୍କ ଗ୍ରାଣ୍ଡ ଏନଗେଜମେଂଟ ପାର୍ଟିରେ ବଲିଉଡ ଷ୍ଟାରଙ୍କ ସହ ହଲିଉଡ ଷ୍ଟାର ଜଲୱା ମଧ୍ୟ ଦେଖିବାକୁ ମିଳିଥିଲା ।

ଲୋକପ୍ରିୟ ଆମେରେକୀୟ ସିଙ୍ଗର ଜନ ଲେଜେଣ୍ଡଙ୍କ ଲାଇଭ ପରଫରମନ୍ସ ଦେଖିବାକୁ ମିଳିଥିଲା । ଏନଗେଜମେଂଟ ପାର୍ଟିଠୁ ଆରମ୍ଭ କରି ଏନଗେଜମେଂଟ ପରର ଗୋଟି ଗୋଟି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ନିର୍ବନ୍ଧ ସରିବା ପରେ ମା ନୀତା ଆମ୍ବାନୀଙ୍କ ସହ ଇଶା ଆମ୍ବାନୀ ଚର୍ଚ୍ଚ ଯାଉଥିବା ଭିିଡିଓ ସାମ୍ନାକୁ ଆସିଛି । କଡା ସୁରକ୍ଷା ଭିତରେ ସେମାନେ ଚର୍ଚ୍ଚରେ ପହଁଚୁଥିବା ଦେଖିବାକୁ ମିଳିଛି । ଏହି ସମୟରେ ଚର୍ଚ୍ଚ ପରିସରରେ ଲୋକଙ୍କ ଭିଡ ଦେଖିବାକୁ ମିଳି୍ଥିଲା ।