ଟ୍ରେନରେ ଯାତ୍ରୀମାନଙ୍କୁ ଦିଆଯାଉଥିବା ଖାଦ୍ୟରେ ଏମଆରପି ଲେଖିବା ବାଧ୍ୟତାମୂଳକ ! ନିର୍ଦ୍ଦେଶ ଦେଲେ ରେଳମନ୍ତ୍ରୀ ପୀୟୂଷ ଗୋୟଲ

44

କନକ ବ୍ୟୁରୋ : ଟ୍ରେନରେ ଯାତ୍ରୀମାନଙ୍କୁ ଯେଉଁ ଖାଦ୍ୟ ଦିଆଯାଉଛି ତାହାର ସର୍ବାଧିକ ଖୁଚୁରା ମୂଲ୍ୟ (ଏଆରପି) ଉଲ୍ଲେଖ କରିବା ବାଧ୍ୟତାମୂଳକ । ରେଳ ମନ୍ତ୍ରୀ ପୀୟୂଷ ଗୋୟଲ ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି । ଟ୍ରେନ୍‌ରେ ପ୍ରଦାନ କରାଯାଉଥିବା ଖାଦ୍ୟ ପ୍ୟାକେଟ୍‌ରେ ଯୋଗାଣକାରୀ, କଣ୍ଟ୍ରାକ୍ଟର, ଓଜନ, ପ୍ୟାକିଙ୍ଗ ତାରିଖ, ଆମିଷ କିମ୍ବା ନିରାମିଷ ଭଳି ବିବରଣୀ ପ୍ରଦାନ କରିବାକୁ ରେଳ ବୋର୍ଡ ପକ୍ଷରୁ ସର୍କୁଲାର ଜାରି କରି ଜଣାଇ ଦିଆଯାଇଥିଲା ।

PIYUSH-GOYALକିନ୍ତୁ ପ୍ୟାକେଟ୍‌ ଖାଦ୍ୟର ଏମ୍‌ଆର୍‌ପି ଲେଖିବା ପାଇଁ ସର୍କୁଲାରରେ କିଛି ଲେଖାଯାଇନଥିଲା । ଏ ବିଷୟରେ ସୂଚନା ଅଧିକାର କର୍ମୀ ଅନୀଲ୍‌ ଗଲ୍‌ଗାଲି ଅଭିଯୋଗ କରିଥିଲେ । ଆଜି ରେଳବୋର୍ଡ ପକ୍ଷରୁ ଏକ ନୂଆ ସର୍କୁଲାର ଜାରି କରି ପ୍ୟାକେଟ୍‌ ଖାଦ୍ୟର ଏଆରପି ଏବଂ ବିକ୍ରି ମୂଲ୍ୟ ଲେଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ ରେଳମନ୍ତ୍ରୀ ରୂପେ ଦାୟିତ୍ୱ ଗ୍ରହଣ କରିବା ପରେ ରେଳ ବିଭାଗର ବିଭିନ୍ନ ଦିଗରେ ଉନ୍ନତି ପାଇଁ ଅଂଟା ଭିଡ଼ିଛନ୍ତି ପୀୟୂଷ ଗୋୟଲ  । ଗତ କିଛି ଦିନ ହେବ ଦେଶର ବିଭିନ୍ନ ଅଂଚଳରେ ବୃଦ୍ଧି ପାଇଛି ରେଳ ଦୁର୍ଘଟଣା । ଯାହା ଏବେ କେନ୍ଦ୍ର ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏହା ସହ ନୂଆ ରେଳମନ୍ତ୍ରୀ ପୀୟୂଷ ଗୋୟଲଙ୍କ ପାଇଁ ପାଲଟିଯାଇଛି ଚ୍ୟାଲେଂଜ୍ । ତେବେ ଏହି ଦୁର୍ଘଟଣା ଉପରେ ଲଗାମ ଲଗାଇବାକୁ ଅଂଟା ଭିଡିଛନ୍ତି ପୀୟୁଷ ଗୋୟଲ୍ । ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧାକୁ ଆଖି ଆଗରେ ରଖି ପ୍ରାୟ ୧ ଲକ୍ଷ କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ମଧ୍ୟ ଐତିହାସିକ ନିଷ୍ପତି ନେଇଛନ୍ତି ।