୫ ଘଣ୍ଟା ଧରି ଫସିରହିବା ପରେ ଉଦ୍ଧାର ହେଲା ମୋଟର ଲଞ୍ଚ: ନିଶ୍ଚିତ ମରଣ ମୁହଁରୁ ରକ୍ଷା ପାଇଲେ ଯାତ୍ରୀବାହୀ ଲଞ୍ଚରେ ଯାଉଥିବା ଯାତ୍ରୀ

394

କନକ ବ୍ୟୁରୋ :  ମଝି ସମୁଦ୍ରରେ ଦୀର୍ଘ ୫ ଘଣ୍ଟା ଧରି ଫସି ରହିବା ପରେ ଉଦ୍ଧାର ହେଲା ମୋଟର ଲଞ୍ଚ । କିନ୍ତୁ ଚାଳକଙ୍କ ଉପସ୍ଥିତ ବୁଦ୍ଧି ହେତୁ ସମସ୍ତ ଯାତ୍ରୀ ନିଶ୍ଚିତ ମରଣ ମୁହଁରୁ ରକ୍ଷା ପାଇଥିଲେ। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ରାଜନଗର ନିକଟରେ ଘନକୁହୁଡି କାରଣରୁ ସମୁଦ୍ରରେ ବାଟବଣା ହୋଇଯାଇଥିଲା ଏମଏଲ୍ ଗଙ୍ଗା ନାମକ ମୋଟର ଲଂଚ । ଧାମରା ସାମୁଦ୍ରିକ ଥାନା ସ୍ପିଡ ବୋଟ ଦ୍ୱାରା ଏହାକୁ ଠାବ କରାଯାଇ ଉଦ୍ଧାର କରାଯାଇଛି ।

ସମୁଦ୍ରରେ କୁହୁଡି ଭରି ରହିଥିବାରୁ ପାଖାପାଖି ୫ଘଂଟା ଧରି ଫସି ରହିଥିଲା । ମୋଟର ଲଂଚରେ ଥିଲେ ୩୦ ଜଣ ଯାତ୍ରୀ । ତାଳଚୁଆରୁ ଚାନ୍ଦବାଲି ଯାଉଥିବା ବେଳେ ମୋଟର ଲଂଚ ଟି ସମୁଦ୍ରରେ ଫସିଯାଇଥିଲା । ତେବେ ଏହାକୁ ଉଦ୍ଧାର କରାଯାଇଥିବାରୁ ଖୁସି ପ୍ରକାଶ କରିଛନ୍ତି ସମସ୍ତ ଯାତ୍ରୀ ।