କନକ ବ୍ୟୁରୋ : ପୂର୍ବ ଭାରତର ବଡ଼ ନଦୀ ବ୍ରହ୍ମପୁତ୍ରରେ ବୁଡ଼ିଗଲା ଡ଼ଙ୍ଗା । ଡଙ୍ଗା ବୁଡ଼ିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣଙ୍କୁ ଉଦ୍ଧାର କରାଯାଇଛି । ବାକି ଲୋକଙ୍କ ବାବଦରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନାହିଁ । ସୂଚନା ଅନୁସାରେ ଡଙ୍ଗାରେ ୪୫ ଜଣ ଲୋକ ସବାର ଥିଲେ । ସୂଚନା ଅନୁସାରେ କୂଳରୁ ୨୦୦ ମିଟର ଦୂରରେ ଡଙ୍ଗାଟି ବୁଡ଼ିଯାଇଛି । ଉଦ୍ଧାର କାର୍ଯ୍ୟରେ ଏନଡ଼ିଆରଏଫ୍ ଓ ଏସଡ଼ିଆରଏଫ୍ ଟିମ୍ ନିୟୋଜିତ ହୋଇଛନ୍ତି । ଏବେ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ ପ୍ରାୟ ୪୫ ଜଣ ଯାତ୍ରୀ ୮ଟି ମୋଟର ସାଇକେଲ ସହ ଏକ ମୋଟର ବୋଟରେ ବ୍ରହ୍ମପୁତ୍ରରେ ଯାଉଥିବାବେଳେ ବୁଡ଼ିଗଲେ । ରିପୋର୍ଟ ଅନୁସାରେ ମୋଟର ବୋଟ୍ ଚାଲୁଥିବାବେଳେ ଅଚାନକ ବନ୍ଦ ହୋଇଯାଇଥିଲା ଇଞ୍ଜିନ୍ । ଦୁର୍ଭାଗ୍ୟବଶତଃ ୨୦୦ ମିଟର ଦୂରରେ ଏହି ଦୁର୍ଘଟଣା ଘଟିଛି ।
ସୂଚନାଯୋଗ୍ୟ ଆସାମରେ ପୁଣି ଥରେ ବନ୍ୟା ଆସିବା ଫଳରେ ୪ଟି ଜିଲ୍ଲା ଜଳମଗ୍ନ ହୋଇଯାଇଛି । ବନ୍ୟାରେ ପାଖାପାଖି ୧୨୦୦୦ ଲୋକ ପ୍ରଭାବିତ ହୋଇଛନ୍ତି । ବ୍ରହ୍ମପୁତ୍ର ଓ ତା’ର ଶାଖା ନଦୀରେ ବିପଦରେଖା ତଳେ ଜଳ ପ୍ରବାହିତ ହେଉଛି ।