ଅଣ୍ଡା ପାଇଁ କୁନି ଝିଅର ଜୀବନ ନେଇଗଲା ମା’ । କାନ୍ଥରେ ବାଡ଼େଇ ମାରିଦେବା ପରେ ପଡ଼ୋଶୀ ଘର ଛାତରେ କୁନି ଝିଅର ଲୁଚାଇଲା ଶବ । ପଚରାଉଚରା ପରେ ଦୋଷ ସ୍ୱୀକାର କଲା ହତ୍ୟାକାରୀ ମା’ 

934

କନକ ବ୍ୟୁରୋ : ସାମାନ୍ୟ ଅଣ୍ଡା ପାଇଁ ମା’ ସାଜିଲା ପିଶାଚୀ । ଅଣ୍ଡା ଫାଟିଗଲା ବୋଲି ୪ ବର୍ଷର ଝିଅକୁ କାନ୍ଥରେ ବାଡ଼େଇ ମାରିଦେଲା  । କେବଳ ଏତିକି ନୁହେଁ ଜନ୍ମ କଲା ଝିଅକୁ ମାରିବା ପରେ ଅପହରଣର ନାଟକ ରଚିଲା ମା’ । ଖୋଜାଖୋଜି ପରେ ପଡ଼ୋଶୀ ଘର ଛାତରୁ ଉଦ୍ଧାର ହେଲା କୁନି ଝିଅର ଶବ । ସନ୍ଦେହ ହେବାରୁ ପଚରାଉଚରା ପରେ ହତ୍ୟାକାଣ୍ଡ ଘଟଣାରୁ ପରଦା ଉଠାଇଲା ପୋଲିସ୍  । ଅପରାଧ ମାନିବା ପରେ ଜେଲ୍ ଗଲା ହତ୍ୟାକାରୀ ମା’ । ଉତ୍ତରପ୍ରଦେଶ କୌଶଭୀରେ ଘଟିଛି ଏପରି ଚାଞ୍ଚଲ୍ୟକର ଘଟଣା ।

ଅଣ୍ଡା ପାଇଁ ଜନ୍ମ କଲା ଝିଅକୁ ମାରିଦେଲା ମା’ । ଝିଅର ଦୋଷ କେବଳ ଏତିକି ଥିଲା, ଅସାବଧାନତା ଯୋଗୁଁ କୁନି ହାତରୁ ଅଣ୍ଡା ଖସି ଫାଟିଯାଇଥିଲା । ଆଉ ଏଥିରେ ଉତକ୍ଷିପ୍ତ ହୋଇ ଝିଅକୁ ଘର କାନ୍ଥରେ ଜୋରରେ ବାଡ଼େଇ ଦେଇଥିଲା ମା’ । ଫଳରେ ଘଟଣାସ୍ଥଳରେ କୁନି ଝିଅର ଜୀବନ ଚାଲି ଯାଇଥିଲା । ଝିଅର ମୃତ୍ୟୁ ପରେ ଅନୁତାପ କରିବା ପରିବର୍ତ୍ତେ ଅପରାଧ ଲୁଚାଇବା ପାଇଁ ଅପହରଣର ନାଟକ ରଚିଥିଲା ମା । ପ୍ରଥମେ ପଲଙ୍କ ତଳେ ଝିଅର ଶବକୁ ଲୁଚାଇ ରଖିବା ସହ ସମୟ ସୁଯୋଗ ଦେଖି ପଡ଼ୋଶୀ ଘର ଛାତକୁ ନେଇ ଶବକୁ ରଖିଦେଇ ଆସିଲା ହତ୍ୟାକାରୀ ମା’ । ଆଉ ତା’ପରେ ଝିଅ ନିଖୋଜ ହୋଇଛି କହି କାନ୍ଦବୋବାଳି ଛାଡ଼ିଥିଲା ।

ଅନେକ ଖୋଜାଖୋଜି ପରେ ବି ଝିଅର କୌଣସି ସନ୍ଧାନ ପାଇନଥିଲେ ପରିବାର ଲୋକ । ଅନ୍ୟ ଉପାୟ ନପାଇ କୁନି ଝିଅ ଅପହରଣ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ।  ଅଭିଯୋଗ ପାଇବା ପରେ ପୋଲିସ୍ ଛାନଭିନ୍ ଆରମ୍ଭ କରିଥିଲା । ହେଲା ହତ୍ୟାକାରୀର ଟେର୍ ମିଳିପାରିନଥିଲା । ସନ୍ଦେହ ହେବାରୁ ପଚରାଉଚରା କରିବା ପରେ ଅପରାଧ ସ୍ୱୀକାର କରିଥିଲା ହତ୍ୟକାରୀ ମା’ । ସାମାନ୍ୟ ଅଣ୍ଡା ପାଇଁ ମମତା ଭୁଲି ଝିଅକୁ ହତ୍ୟା କରିଥିବା କଥା ମାନିଲା । ଅପରାଧ ସ୍ୱୀକାର ପରେ ମା’କୁ ଗିରଫ କରିଛି ଜେଲ ପଠାଇଲା ପୋଲସ୍ ।