କାଠଯୋଡ଼ି ନଦୀଙ୍କୁ ଡ଼େଇଁ ମା’-ଝିଅଙ୍କ ଆତ୍ମହତ୍ୟା ଉଦ୍ୟମ । ଉଭୟଙ୍କୁ ସୁରକ୍ଷିତ ଉଦ୍ଧାର କଲା ଅଗ୍ନିଶମ ବାହିନୀ

750

କନକ ବ୍ୟୁରୋ : ମା’ ଝିଅ ସୁରକ୍ଷିତ ଉଦ୍ଧାର  । କଟକ  ତ୍ରିଶୁଳିଆ ନିକଟରେ ସୁବାସ ବୋଷ ସେତୁ ଉପରୁ କାଠଯୋଡ଼ି ନଦୀକୁ ଡ଼େଇଁ କିଛି ସମୟ ତଳେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ମା’-ଝିଅ । ସେତୁ ଉପରେ ସ୍କୁଟି ରଖି କିଛି ସମୟ କଥା ହେବା ପରେ ମା’-ଝିଅ ଏଭଳି ପଦକ୍ଷପ ନେଇଥିଲେ ।  ଘଟଣା ଘଟିବା ପରେ ସ୍ଥାନୀୟ ପୁଲିସ ସହ ୧୦-୧୨ଜଣ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳ‌ରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଥିଲେ । ପ୍ରାୟ ଘଣ୍ଟାକ ପରେ ଦୁହିଁଙ୍କୁ ଜୀବିତ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ଏବେ ସେମାନଙ୍କୁ ଚିକିତ୍ସା ପାଇଁ ଡ଼ାକ୍ତରଖାନା ପଠାଯିବ । ତେବେ ଦୁହେଁ କ’ଣ ପାଇଁ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଥିଲେ ତାହା ସାମ୍ନାକୁ ଆସିପାରି ନାହିଁ ।

ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ମୁତାବକ, ଆତ୍ମହତ୍ୟା ଉଦ୍ୟମ କରିଥିବା ମା’-ଝିଅ ପ୍ରଥମେ ସୁବାସ ବୋଷ ସେତୁ ଉପରେ ଠିଆ ହୋଇ କିଛି ସମୟ କଥା ହୋଇଥିଲେ । ଏହା ପରେ ଦୁହେଁ ସନ୍ଧ୍ୟା ପ୍ରାୟ ୫ଟା ସମୟରେ କାଠଯୋଡ଼ି ନଦୀଙ୍କୁ ଡ଼େଇଁ ପଡ଼ିଥିଲେ । ତେବେ ଦୁହିଁଙ୍କ ଏଭଳି ପଦକ୍ଷପ ନେବାର କାରଣ କ’ଣ, ତାହା ସେମାନଙ୍କ ପରିବାର ଲୋକଙ୍କୁ ପଚରାଯିବା ପରେ ଜଣା ପଡ଼ିବ । ଘଟଣା ନେଇ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି ଏବଂ ସେମାନେ ଖୁବ ଶୀଘ୍ର ପହଞ୍ଚିବେ ବୋଲି କହିଛି ପୁଲିସ ।