କନକ ବ୍ୟୁରୋ : ନକ୍ସଲ ହମଲାରେ ପ୍ରାଣ ହରାଇଥିବା କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ପୈତୃକ ଗାଁ ବଲାଙ୍ଗୀରର ଲୋଇସିଂହା ଘୁଷରମୁଣ୍ଡାରେ ଅନ୍ତିମ ସଂସ୍କାର କରାଯାଇଛି । ଆଜି ଅଚ୍ୟୁତାନନ୍ଦଙ୍କ ମରଶରୀର ଗାଁରେ ପହଁଚିବା ପରେ ଅମର ରହେ ଅଚ୍ୟୁତ ଧ୍ୱନିରେ କମ୍ପିଥିଲା ଜନ୍ମମାଟି । ବଲାଙ୍ଗିର ଲୋଇସିଂହା ଅଂଚଳର ଘୁଷରମୁଣ୍ଡା ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଅଚ୍ୟୁତଙ୍କ ପାଇଁ ସମସ୍ତ ଆଖିରୁ ଲୁହ ଝରୁଛି ।
ଗତକାଲି ଛତିଶଗଡ ଦାନ୍ତେୱାଡାର ନିଲବାୟା ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ବେଳେ ଘଟିଥିଲା ଏହି ଅଘଟଣ । ଖବର ସଂଗ୍ରହ କରିବାକୁ ଯାଇଥିବା କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦଙ୍କୁ ହତ୍ୟା କରିଥିଲେ ମାଓବାଦୀ । ଅଚ୍ୟୁତାନନ୍ଦ ଥିବା ଦୁରଦର୍ଶନର ଏହି ଟିମ ନିଲୱାୟା ଅଂଚଳରେ ନୂଆକରି ତିଆରି ହୋଇଥିବା ଏକ ପୋଲିଂ ଷ୍ଟସନକୁ ସୁଟିଂ କରିବାକୁ ଯିବା ସମୟରେ ଏହି ଅଘଟଣ ଘଟିଲା । ଏହି ମାଓବାଦୀଙ୍କ ଆକ୍ରମଣରେ ଦୁଇଜଣ ଯବାନ ମଧ୍ୟ ସହିଦ ହୋଇଛନ୍ତି । ମୃତକଙ୍କ ପରିବାରକୁ କେନ୍ଦ୍ର ସରକାରଙ୍କ ତରଫରୁ ୧୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/10/vlcsnap-2018-10-31-15h25m27s883-300x165.png)