ଓଡିଶାରେ କରୋନାରେ ସବୁଠୁ ଅଧିକ ଆକ୍ରାନ୍ତ ଯୁବପୀଢି । ୧୫ ରୁ ୪୦ ବର୍ଷ ବୟସ୍କ ସଂକ୍ରମିତଙ୍କ ସଂଖ୍ୟା ୨୪୦ । ୧୦୯ ଆକ୍ରାନ୍ତଙ୍କ ବୟସ ୪୧ରୁ ୬୦ ବର୍ଷ ।

1,412

କନକ ବ୍ୟୁରୋ :କନକ ବ୍ୟୁରୋ : ଓଡ଼ିଶାରେ କରୋନା ସଂକ୍ରମିତଙ୍କ ମଧ୍ୟରେ ସବୁଠାରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି ଯୁବପୀଢ଼ି । ୧୪ରୁ ୪୦ ବର୍ଷ ବୟସ ମଧ୍ୟରେ ଓଡ଼ିଶାରେ ୨୪୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୦ରୁ ୧୪ ବର୍ଷ ମୟସ ମଧ୍ୟରେ ୨୩ ଜଣ ଚିହ୍ନଟ ହୋଇଥିବା ବେଳେ ୪୦ରୁ ୬୦ ବର୍ଷ ବୟସ ମଧ୍ୟରେ ୧୦୯ ଜଣ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ରାଜ୍ୟରେ ୬୦ ବର୍ଷ ବୟସରୁ ଅଧିକ ୨୭ ଜଣ କେରାନା ରୋଗୀ ଅଛନ୍ତି । ତେବେ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୩୩୦ ଜଣ ପୁରୁଷ ଆକ୍ରାନ୍ତ ରହିଥିବା ବେଳେ ୫୯ ଜଣ ମହିଳା ସଂକ୍ରମିତ ରହିଛନ୍ତି ।

ସେପଟେ ରାଜ୍ୟରେ ଆଜି ୧୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ଗଂଜାମରେ ୧୨ ଜଣ, ସୁନ୍ଦଗଡର ଓ କେନ୍ଦ୍ରାପଡାରେ ଜଣେ ଲେଖାଏଁ ଆକ୍ରାନ୍ତ । ଆଜିର ୧୨ ଆକ୍ରାନ୍ତଙ୍କୁ ମିଶାଇ ଗଂଜାମରେ ଏଯାଏଁ ମୋଟ ୧୩୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪ରେ ପହଂଚିଥିବା ବେଳେ କେନ୍ଦ୍ରାପଡାରେ ସଂକ୍ରମିତଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି । ରାଜ୍ୟରେ ଏବେ ୩୨୦ ଆକ୍ଟିଭ କେସ ରହିଥିବା ବେଳେ ୬୮ ଜଣ ସୁସ୍ଥ ହୋଇଛନ୍ତି । ଗତକାଲି ସର୍ବାଧିକ ୩ ହଜାର ୬୯୮ ନମୁନା ପରୀକ୍ଷା ହୋଇଥିଲା, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୩ ହଜାର ୪୭୮ ନମୁନା ପରୀକ୍ଷା ହୋଇଛି । ମେ ୪ ତାରିଖରେ ଓଡିଶାରେ ୩ହଜାର ୫୩୫ ନମୁନା ପରୀକ୍ଷା ହୋଇଥିଲା ।