ଜୁଲାଇ ମାସରେ ବଢିବ କରୋନା ପରୀକ୍ଷା । ପ୍ରତିଦିନ ୫ହଜାର ଟେଷ୍ଟ ପାଇଁ ଲକ୍ଷ୍ୟ । ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା କହିଲେ, ଓଡିଶାରେ ଏଯାଏ ହୋଇନି ଗୋଷ୍ଠୀ ସଂକ୍ରମଣ । ଆଗକୁ ହେବାକୁ ପଡିବ ଅଧିକ ସଚେତନ । 

652

କନକ ବ୍ୟୁରୋ : ଜୁଲାଇ ମାସରେ ବଢିବ କରୋନା ପରୀକ୍ଷା । ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା କହିଛନ୍ତି, ପ୍ରତିଦିନ ୫ହଜାର ଟେଷ୍ଟ ପାଇ ଟାର୍ଗେଟ ରଖାଯାଇଛି । ଏସସିବି, ଆରଏମଆରସି, ଆଇଏଲଏସରେ ଅଧିକ ସଂଖ୍ୟକ ଟେଷ୍ଟ ହେବ । ସେହିପରି ୭ଟି ମେଡିକାଲ କଲେଜରେ ପ୍ରତିଦିନ ଦେଢ ଶହରୁ ୨ ଶହ ଟେଷ୍ଟ କରାଯିବ । ଝାରସୁଗୁଡା, କେନ୍ଦୁଝର, ଅନୁଗୁଳ, ପୁରୀ ଓ କଳାହାଣ୍ଡିରେ ନୂଆ ଟେଷ୍ଟ ଲ୍ୟାବ ହେବ । ଖୁବ ଶୀଘ୍ର ରାଜ୍ୟରେ ଆଂଟିବଡି,ଆଂଟିଜୋନ ଓ ସରୋଲୋଜିକାଲ ସର୍ଭେ ହେବ ।

ସେଥିପାଇଁ  ୫୦ ହଜାର କିଟ ଅର୍ଡର କରାଯାଇଛି ।  ଆସନ୍ତା ସପ୍ତାହରୁ କିଟ ମାଧ୍ୟମରେ ଟେଷ୍ଟ ହେବ । ପୁରୀ,ଗଂଜାମ,ଗଜପତି,ଭୁବନେଶ୍ୱର ଏବଂ ବଡ଼ମ୍ବା ନର୍ସିପୁରରେ ସରୋଲୋଜିକାଲ ସର୍ଭେ ହେବ ।ବର୍ତମାନ ସୁଦ୍ଧା ଗୋଷ୍ଠୀ ସଂକ୍ରମଣ ହୋଇନି । ଲକଡାଉନ ବଢାଯିବ କି ନାହିଁ ରାଜ୍ୟ ସରକାର ନିଷ୍ପତ୍ତି ନେବେ । କିନ୍ତୁ ଆଗକୁ ଅଧିକ ସଚେତନ ହେବାକୁ ପଡିବ ବୋଲି ଆଇଏଲଏସ ନିର୍ଦ୍ଦେଶକ କହିଛନ୍ତି ।