କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ : ପ୍ରଭାବରେ କେରଳରେ ବର୍ଷା ଆରମ୍ଭ,ସୂଚନା ଦେଲା ଭାରତୀୟ ପାଣିପାଗ ବିଭାଗ ।

535

କନକ ବ୍ୟୁରୋ : କେରଳ ଛୁଇଁଲା ମୌସୁମୀ । ମୌସୁମୀ ପ୍ରଭାବରେ କେରଳରେ ବର୍ଷା ଆରମ୍ଭ ହୋଇଯାଇଛି । ସୂଚନା ଦେଲା ଭାରତୀୟ ପାଣିପାଗ ବିଭାଗ ।  କେରଳରେ ଦକ୍ଷିଣ-ପଶ୍ଚିମ ବାୟୁ ଛୁଇଁଥିବାରୁ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ମୌସମୀ ବର୍ଷା ଆରମ୍ଭ ହୋଇଯାଇଥିବା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ଭାରତୀୟ ପାଣିପାଗ କେନ୍ଦ୍ର ଆକଳନର ସମୟ ପୂବ ମୌସୁମୀ ପହଁଚିଛି । ଏବଂ ଜୁନ୍ ଦ୍ୱିତୀୟ ସପ୍ତାହରେ ମୌସୁମୀ ଓଡିଶା ଛୁଇଁପାରେ ବୋଲି ଆକଳନ କରାଯାଉଛି । ଜୁନରୁ ସେପ୍ଟେମ୍ବର ମାସ ମଧ୍ୟରେ ଦେଶରେ ୭୫ ପ୍ରତିଶତ ବର୍ଷା ହେବ ବୋଲି ଆକଳନ କରାଯାଉଛି ।

ପୂର୍ବ ଆକଳନ ଅନୁସାରେ ସ୍ୱାଭାବିକ ସମୟରେ କେରଳ ଛୁଇଁଛି ମୌସୁମୀ । ତେବେ ମୌସୁମୀ ଆଗମନର ସ୍ବାଭାବିକ ସମୟ ମୁମ୍ବାଇରେ ୧୦ ଜୁନ୍‌ ଥିବା ବେଳେ ଜୁନ୍‌ ୩ରେ ଭାରି ଲଘୁଚାପଜନିତ ବର୍ଷ‌ା ହେବ। ଗୁଜରାଟରେ ମୌସୁମୀ ପ୍ରବେଶର ସ୍ବାଭାବିକ ସମୟ ୨୦ ଜୁନ୍‌ ଥିବା ବେଳେ ୪/୫ତାରିଖରେ ଭାରି ବର୍ଷାର ସମ୍ଭାବନା ଅଛି। ଓଡ଼ିଶାରେ ସ୍ବାଭାବିକ ମୌସୁମୀ ପ୍ରବେଶ ସମୟ ୧୧ରୁ ୧୫ ଜୁନ୍ ଥିବା ବେଳେ ୧୦ ଓ ୧୧ ତାରିଖରେ ରାଜ୍ୟର ଅଂଧିକାଶ ଅଞ୍ଚଳରେ ମଧ୍ୟମରୁ ଭାରି ବର୍ଷା ହେବାର ସମ୍ଭାବନା ଅଛି। ତେବେ ଏହାକୁ ପ୍ରାକ୍ ମୌସୁମୀ ବର୍ଷା କିମ୍ବା ମୌସୁମୀ ବର୍ଷା କୁହାଯିବ, ତାହା ଓଡ଼ିଶାର ଦକ୍ଷିଣରେ ଥିବା ରାଜ୍ୟମାନଙ୍କର ବର୍ଷାର ପରିମାଣ ଉପରେ ନିର୍ଭର କରିବ। ୧୦ ଓ ୧୧ ତାରିଖର ସମ୍ଭାବ୍ୟ ବର୍ଷା, ପ୍ରାକ୍‌ ମୌସୁମୀ ହେଉ କି ମୌସୁମୀ ବର୍ଷା, ଏହା ଚାଷ ପାଇଁ ଅନୁକୂଳ ରହିବ।