ଗୁଳୁଗୁଳିରୁ ମିଳିବ ତ୍ରାହି ! ଜୁନ୍ ପହିଲାରୁ ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା

Advertisment
ଲଘୁଚାପ ଯୋଗୁଁ ରାଜ୍ୟରେ ଲାଗି ରହିଛି ତୁହାକୁ ତୁହା ବର୍ଷା : ୧୬ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ପାଣିପାଗ ବିଭାଗର ପୂର୍ବାନୁମାନ

image courtesy-https://www.google.co.in

କନକ ବ୍ୟୁରୋ : ରାଜ୍ୟର ଅଧିକାଂଶ ସ୍ଥାନରେ ତାତି କମିଥିଲେ ହେଁ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ  ତାପମାତ୍ରା ୪୦ଡିଗ୍ରି ଉପରେ ରହିଛି । ସୋନପୁର ଓ ଟିଟିଲାଗଡ଼ରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୨ଡିଗ୍ରି ରେକର୍ଡ ହୋଇଥିବା ବେଳେ ଭବାନୀପାଟଣାରେ ୪୧.୫ ଏବଂ ମାଲକାନଗିରିରେ ୪୦.୬ଡିଗ୍ରି ରେକର୍ଡ ହୋଇଛି । ଆସନ୍ତା ତିନିରୁ ଚାରି ଦିନ ପଶ୍ଚିମ ଓଡ଼ିଶାରେ ଅଧିକ ତାତି ଅନୁଭୂତ ହେବ । କିନ୍ତୁ ଉପକୂଳ ଓଡ଼ିଶାରେ ପାରଦ ୩୮ଡିଗ୍ରି ତଳେ ରହିବ । ଜୁନ୍‌ ପହିଲାରୁ ତାତି କମିବା ସହ ବର୍ଷା ହେବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି ।

Odisha rain image courtesy-https://www.google.co.in

ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଏବେ ସମୁଦ୍ର ଦିଗରୁ ପବନ ବହୁଥିବାରୁ ଏବଂ ବାୟୁମଣ୍ଡଳରେ ଜଳୀୟ ବାଷ୍ପ ଥିବାରୁ ଉପକୂଳ ଓଡ଼ିଶାରେ କମ୍‌ ତାତି ଅନୁଭୂତ ହେଉଛି । କିନ୍ତୁ ଗୁଳୁଗୁଳି ହେଉଛି । ପଶ୍ଚିମ ଓଡ଼ିଶାରେ ଜଳୀୟବାଷ୍ପ କମ୍‌ ଥିବାରୁ ଖରା ଅଧିକ ହେଉଛି । ଏପରିସ୍ଥଳେ ରାଜ୍ୟର କାଁ ଭାଁ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବ । ମେ ୩୧ ପର୍ଯ୍ୟନ୍ତ ଏହିପରି ପାଗ ଲାଗି ରହିବ । ଜୁନ୍‌ ପହିଲାରୁ ରାଜ୍ୟରେ ପ୍ରାକ୍‌ ମୌସୁମୀ ଜନିତ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ମେ ୨୯ ବା ୩୦ତାରିଖରେ ମୌସୁମୀ କେରଳ ଛୁଇଁବାକୁ ଥିବାବେଳେ ଏହା ପ୍ରଭାବରେ ଓଡ଼ିଶାରେ ପ୍ରାକ୍‌ ମୌସୁମୀ ବର୍ଷା ହେବ ।

Rain image courtesy-https://www.google.co.in

ଗତକାଲି ଭୁବନେଶ୍ୱରରେ ୩୬.୬, ଚାନ୍ଦବାଲିରେ ୩୭.୨, ଅନୁଗୁଳରେ ୩୮.୯, ହୀରାକୁଦରେ ୩୮.୯, ଝାରସୁଗୁଡ଼ାରେ ୩୯.୪ ଡିଗ୍ରି ରେକର୍ଡ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝରରେ ୧୨.୪ମିମି ବର୍ଷା ହୋଇଥିବାବେଳେ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ବର୍ଷା ହୋଇନାହିଁ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe