୫ରେ ମୌସୁମୀ ଛୁଇଁପାରେ କେରଳ, ଓଡ଼ିଶାରେ ପ୍ରବେଶ ବି ବିଳମ୍ବ ହୋଇପାରେ

Advertisment
୫ରେ ମୌସୁମୀ ଛୁଇଁପାରେ କେରଳ, ଓଡ଼ିଶାରେ ପ୍ରବେଶ ବି ବିଳମ୍ବ ହୋଇପାରେ

କନକ ବ୍ୟୁରୋ : ଭାରତୀୟ ପାଣିପାଗ ବିଭାଗର ପ୍ରାକ୍ ଆକଳନ ଅନୁସାରେ ଏଥର ମୌସୁମୀର କେରଳ ପ୍ରବେଶ ବିଳମ୍ବ ହେବ। ଚଳିତ ବର୍ଷ କେରଳରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ ସ୍ୱାଭାବିକ ତାରିଖ ଜୁନ ୧ ପରିବର୍ତ୍ତେ ସାମାନ୍ୟ ବିଳମ୍ବିତ ହୋଇପାରେ ବୋଲି ଆଜି ପୂର୍ବାନୁମାନ କରାଯାଇଛି। ଜୁନ ୫ ତାରିଖରେ କେରଳ ଛୁଇଁପାରେ। ଏହି କାରଣରୁ ଓଡ଼ିଶାରେ ୧୨ତାରିଖରେ ମୌସୁମୀ ଛୁଇଁବ ବୋଲି ଯାହା କୁହାଯାଉଥିଲା, ତାହା ବିଳମ୍ବ ହୋଇପାରେ ବୋଲି କୁହାଗଲାଣି।

ଭାରତୀୟ ମୌସୁମୀ ଅଞ୍ଚଳରେ ପ୍ରଥମ ମୌସୁମୀ ବର୍ଷା ଦକ୍ଷିଣ ଆଣ୍ଡାମାନ ସାଗରରେ ହୋଇଥାଏ। ଏହାପରେ ମୌସୁମୀ ବାୟୁ ଉତ୍ତର-ପଶ୍ଚିମ ଦିଗରେ ଗତି କରି ବଙ୍ଗୋପସାଗର ଅତିକ୍ରମ କରେ। ସ୍ୱାଭାବିକ ମୌସୁମୀ ତାରିଖ ଅନୁସାରେ ମେ ୨୨ ବେଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ସାଗରରେ ପହଞ୍ଚିଥାଏ। ଏବେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଏହାର ପାଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ସ୍ୱଷ୍ଟ ଦୃଶ୍ୟମାନ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଏକ ଅବପାତର ରୂପ ନେଇ ଅଧିକ ଘନୀଭୂତ ହେବା ସହ ମେ ୧୬ ସନ୍ଧ୍ୟା ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗରରେ ଏକ ସାମୁଦ୍ରିକ ବାତ୍ୟାର ରୂପ ନେବ।

ଏହାର ପ୍ରଭାବରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ସାଗର, ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗରର କେତେକ ଅଞ୍ଚଳକୁ ମୌସୁମୀ ବାୟୁ ଆଗାମୀ ୪୮ ଘଣ୍ଟା ମଧ୍ୟରେ ପ୍ରବେଶ କରିବାର ଅନୁକୂଳ ସ୍ଥିତି ସୃଷ୍ଟି ହୋଇଛି। ତେବେ ଭାରତର ମୁଖ୍ୟ ଭୂଖଣ୍ଡରେ ଋତୁକାଳୀନ ମୌସୁମୀ ବର୍ଷା କିମ୍ବା କେରଳରେ ମୌସୁମୀ ପ୍ରବେଶ ସହିତ ଆଣ୍ଡାମାନ ସାଗରରେ ମୌସୁମୀ ବାୟୁର ଅଗ୍ରଗତି ସହିତ କୌଣସି ସମ୍ପର୍କ ନାହିଁ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe