ଚଳିତ ବର୍ଷ ଓଡିଶାକୁ ବିଳମ୍ବରେ ଆସିବ ମୌସୁମୀ : ୧୩ ଜୁନ ସୁଦ୍ଧା ମୌସୁମୀ ଓଡିଶା ଛୁଇଁବା ନେଇ ପୂର୍ବାନୁମାନ,ପ୍ରେସମିଟରେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା

459

କନକ ବ୍ୟୁରୋ : ଚଳିତ ବର୍ଷ ବିଳମ୍ବରେ ଓଡିଶା ଛୁଇଁବ ମୌସୁମୀ । ୭ ଦିନ ବିଳମ୍ବରେ ୧୩ ଜୁନ ସୁଦ୍ଧା ଓଡିଶାରେ ମୌସୁମୀ ଛୁଇଁବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।  । ପ୍ରେସମିଟ ମାଧ୍ୟମରେ ଆଇଏମଡ଼ ଡିଜି ମୃତ୍ୟଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।  ଚଳିତ ବର୍ଷ ସ୍ୱାଭାବିକ ରହିବ ମୌସୁମୀ । ତେବେ ଚଳିତ ବର୍ଷ ମୌସୁମୀ ବର୍ଷା ସ୍ୱାଭାବିକ ରହିବ ବୋଲି କୁହାଯାଇଛି । ୯୬ ପ୍ରତିଶତରୁ ୧୦୪ ପ୍ରତିଶତ ମଧ୍ୟରେ ରହିବ ବର୍ଷାର ପରିମାଣ ।

ଏଥର କେରଳକୁ ମୌସୁମୀ ବାୟୁର ଆମଗମନ ମଧ୍ୟ ପୂର୍ବ ପରି ରହିଛି। ଜୁନ୍ ୧ ତାରିଖରେ ମୌସୁମୀ ବାୟୁ କେରଳରେ ପହଞ୍ଚିବ ବୋଲି ପାଣିପାଗ ବିଭାଗ କହିଛି । ତା’ପରେ ‌ଜୁନ୍ ୪ ତାରିଖରେ ଚେନ୍ନାଇ, ୭ ତାରିଖରେ ପାଞ୍ଜିମ, ୮ ତାରିଖରେ ହାଇଦ୍ରାବାଦ, ୧୦ ତାରିଖରେ ପୁଣେ ଏବଂ ୧୧ ତାରିଖରେ ମୁମ୍ବାଇରେ ପହଞ୍ଚିବ । ଜୁନ୍ ୨୭ ତାରିଖ ବେଳକୁ ମୌସୁମୀ ବାୟୁ ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀରେ ପହଞ୍ଚିଯାଇଥିବ।

Comments are closed.