କନକ ବ୍ୟୁରୋ : ଚଳିତ ବର୍ଷ ବିଳମ୍ବରେ ଓଡିଶା ଛୁଇଁବ ମୌସୁମୀ । ୭ ଦିନ ବିଳମ୍ବରେ ୧୩ ଜୁନ ସୁଦ୍ଧା ଓଡିଶାରେ ମୌସୁମୀ ଛୁଇଁବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । । ପ୍ରେସମିଟ ମାଧ୍ୟମରେ ଆଇଏମଡ଼ ଡିଜି ମୃତ୍ୟଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଚଳିତ ବର୍ଷ ସ୍ୱାଭାବିକ ରହିବ ମୌସୁମୀ । ତେବେ ଚଳିତ ବର୍ଷ ମୌସୁମୀ ବର୍ଷା ସ୍ୱାଭାବିକ ରହିବ ବୋଲି କୁହାଯାଇଛି । ୯୬ ପ୍ରତିଶତରୁ ୧୦୪ ପ୍ରତିଶତ ମଧ୍ୟରେ ରହିବ ବର୍ଷାର ପରିମାଣ ।
ଏଥର କେରଳକୁ ମୌସୁମୀ ବାୟୁର ଆମଗମନ ମଧ୍ୟ ପୂର୍ବ ପରି ରହିଛି। ଜୁନ୍ ୧ ତାରିଖରେ ମୌସୁମୀ ବାୟୁ କେରଳରେ ପହଞ୍ଚିବ ବୋଲି ପାଣିପାଗ ବିଭାଗ କହିଛି । ତା’ପରେ ଜୁନ୍ ୪ ତାରିଖରେ ଚେନ୍ନାଇ, ୭ ତାରିଖରେ ପାଞ୍ଜିମ, ୮ ତାରିଖରେ ହାଇଦ୍ରାବାଦ, ୧୦ ତାରିଖରେ ପୁଣେ ଏବଂ ୧୧ ତାରିଖରେ ମୁମ୍ବାଇରେ ପହଞ୍ଚିବ । ଜୁନ୍ ୨୭ ତାରିଖ ବେଳକୁ ମୌସୁମୀ ବାୟୁ ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀରେ ପହଞ୍ଚିଯାଇଥିବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/04/MANSOON.png)