ଯାଜପୁର : ପାତିମାଙ୍କଡର ଉପଦ୍ରବରେ ଲୋକେ ଆତଙ୍କିତ

27

କନକ ବ୍ୟୁରୋ : ପାତିମାଙ୍କଡର ଉପଦ୍ରବରେ ଲୋକେ ଆତଙ୍କିତ । ଯାଜପୁର ଜିଲ୍ଲା ଧାନମଣ୍ଡଳ ନିକଟରେ ଏକ ପାଗଳ ପାତିମାଙ୍କଡର ଉପଦ୍ରବରେ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଛନ୍ତି । ପାତି ମାଙ୍କଡଟି ସ୍କୁଲପିଲା, ବାଟୋଇମାନଙ୍କୁ ଗୋଡାଇ ଗୋଡାଇ କାମୁଡୁଥିବା ଅଭିଯୋଗ ହୋଇଛି । ମାଙ୍କଡ ଆକ୍ରମଣରେ ପ୍ରାୟ ୧୫ରୁ ଉର୍ଦ୍ଧ୍ୱ ଲୋକେ ଆହତ ହୋଇଥିବା ଜଣାପଡିଛି ।  ଚଣ୍ଡିଖୋଲ ବନବିଭାଗ କର୍ମଚାରୀ ଓ ସ୍ଥାନୀୟ ଲୋକେ ମଳିତ ହୋଇ ମଶାଲଧରି ମାଙ୍କଟିକୁ ଘଉଡାଇବାକୁ ଉଦ୍ୟମ କରିଥିବା ବେଳେ ମାଙ୍କଡଟିକୁ ଧରି ଅନ୍ୟତ୍ର ବଣରେ ଛାଡିଦେବାପାଇଁ ଦାବୀ ହୋଇଛି ।