ପୁଣି ଓଡ଼ିଶାରେ ‘ମୋମୋ ଚ୍ୟାଲେଞ୍ଜ’ ଆତଙ୍କ : କଟକରେ ଗେମ୍ ଖେଳି ଦା’ରେ ହାତ କାଟିଦେଲେ ଯୁବକ

Advertisment
ପୁଣି ଓଡ଼ିଶାରେ ‘ମୋମୋ ଚ୍ୟାଲେଞ୍ଜ’ ଆତଙ୍କ : କଟକରେ ଗେମ୍ ଖେଳି ଦା’ରେ ହାତ କାଟିଦେଲେ ଯୁବକ

କନକ ବ୍ୟୁରୋ : ବ୍ଲୁ ହ୍ୱେଲ ଗେମ୍ ପରେ ଏବେ ମୋମୋ ଗେମ୍ ଆତଙ୍କ । ସାରା ବିଶ୍ୱରେ ଘାତକ ସାଜିଥିବା ଇଣ୍ଟରନେଟ୍ ଗେମ୍ ମୋମୋ ଚ୍ୟାଲେଞ୍ଜକୁ ନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ହାଇ ଆଲର୍ଟ ଜାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନି । ସରକାର ଏହି ଗେମ୍ ନ ଖେଳିବା ପାଇଁ ଯେତେ ସତର୍କତା ଓ ସଚେତନତା ସୃଷ୍ଟିକଲେ ମଧ୍ୟ ଯୁବଗୋଷ୍ଠୀ ଏହାର ଶିକାର ହେଉଥିବା ଦେଖିବାକୁ ମିଳୁଛି। ଭୁବନେଶ୍ୱରର ଜଣେ ଇଞ୍ଜିନିୟରିଂ ଛାତ୍ର ଚେନ୍ନାଇ ଯାଇ ମେମୋ ଗେମ୍ ଯୋଗୁଁ ଆତ୍ମହତ୍ୟା କରିବା ପରେ କିଛିଦିନ ତଳେ କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ଉମର ଗ୍ରାମର ଜଣେ ଯୁବକ ମେମୋ ଗେମ୍ ଯୋଗୁ ନିଜ ଜୀବନ ହାରି ଥିବା ଖବର ମିଳିଥିଲା।

publive-image www.google.co.in

ତେବେ ପୁଣି ଥରେ ମୋମୋ ଗେମ୍ ଖେଳି ଓଡ଼ିଶାର ଆଉ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଆଜି ଅପରାହ୍ନରେ କଟକ ବୟାଳଶମୌଜା ଝାରକଟା ଗ୍ରାମରେ ଜଣେ ବାଳକ ମୋମୋ ଗେମ୍ ଖେଳି ନିଜ ହାତକୁ ଦା’ ଧରି କାଟି ଦେଇଥିବା ସୂଚନା ମିଳିଛି । ଉକ୍ତ ଯୁବକର ନାମ ସୁନୀଲ କୁମାର ଦାସ ଓ ତା’ର ବାପାଙ୍କ ନାମ ବାସୁଦେବ ଦାସ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଆଜି ଅପରାହ୍ନରେ ସୁନୀଲ ନିଜ ହାତକୁ ହଠାତ୍ ଦା’ରେ ଧରି କାଟି ପକାଇଥିଲେ । ପରିବାର ଲୋକ ଏହା ଦେଖିବା ପରେ ତାଙ୍କୁ ସଙ୍ଗେସଙ୍ଗେ କଟକ ଏସ୍ସିବି ମେଡିକାଲରେ ନେଇ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ପୁଅ ଏପରି କାହିଁକି କରିଛି ସେ ନେଇ କୌଣସି ସୂଚନା ମିଳି ନ ଥିଲେ ହେଁ ମୋମୋ ଖେଳ ଖେଳି ଏପରି କରିଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe