କନକ ବ୍ୟୁୁରୋ : ମା ହେଉଛି  ଶିଶୁର ସବୁଠାରୁ ବଡ ସୁରକ୍ଷାକାରୀ ।  ତାର ସୁଃଖଦୁଃଖର ସାଥୀ ।  କୌଣସି ଅସୁବିଧା ହେଲେ ପ୍ରଥମେ ମା’ ପାଖରେ ସବୁକଥା ଖୋଲି ପ୍ରକାଶ କରିପାରେ ପିଲା । ମା’ର ପଣତକାନୀ ପିଲାପାଇଁ ସବୁଠାରୁ ଅଧିକ ସୁରକ୍ଷିତ ସ୍ଥାନ । ମା’ର ଅଙ୍ଗୁଳି ସ୍ପର୍ଷରେ ସବୁ ଦୁଃଖ କଷ୍ଟ ଦୂର ହୋଇଯାଏ ।

Advertisment

କିନ୍ତୁ ମା ଯେତେବେଳେ ପିଶାଚନୀ ପାଲଟିଯାଏ ସେତେବେଳେ ସବୁ କଥା ସରିଯାଏ । ଏଭଳି ଘଟଣା ଦେଖିବାକୁ ମିଳିଛି  କଳାହାଣ୍ଡି ନର୍ଲାର ଲାଖବାହାଲିରେ ।  ୩ ବର୍ଷର ଶିଶୁକନ୍ୟାକୁ ସାବତ ମା ତଂଟିଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି ।  ଏ ନେଇ ମୃତକ ଶିଶୁର ମାମୁଁ ଥାନାରେ ଅଭିଯୋଗ ପରେ  ତଦନ୍ତ ଆରମ୍ଭ ହୋଇଛି ।   ତେବେ କେଉଁ କାରଣରୁ  ସାବତ ମା ତଂଟିଚିପି ହତ୍ୟା କରିଛି  ତାହା ସ୍ପଷ୍ଟ ହୋଇନାହିଁ ।