କଂଗ୍ରେସକୁ ପ୍ରଶଂସା କଲେ ଆରଏସଏସ୍ ମୁଖ୍ୟ ମୋହନ ଭାଗବତ : କହିଲେ, ସ୍ୱାଧିନତାରେ ରହିଛି କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ଭୂମିକା

Advertisment
କଂଗ୍ରେସକୁ ପ୍ରଶଂସା କଲେ ଆରଏସଏସ୍ ମୁଖ୍ୟ ମୋହନ ଭାଗବତ : କହିଲେ, ସ୍ୱାଧିନତାରେ ରହିଛି କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ଭୂମିକା

IMAGE COURTESY-https://www.ndtv.com

କନକ ବ୍ୟୁରୋ : ଏକ ବିରଳ ଘଟଣା କ୍ରମରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର ସରସଂଘଚାଳକ ମୋହନ ଭାଗବତ ଗତକାଲି କଂଗ୍ରେସ ଦଳର ଢେର୍‌ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ଦେଶର ସ୍ୱାଧୀନତା ସଂଗ୍ରାମରେ କଂଗ୍ରେସ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲା । ଦେଶକୁ ଏହି ଦଳ ଅନେକ ମହାନ ବ୍ୟକ୍ତିତ୍ୱ ମଧ୍ୟ ଦେଇଛି ।

ଦିଲ୍ଲୀର ବିଜ୍ଞାନ ଭବନ ପରିସରରେ ‘ ଭାରତର ଭବିଷ୍ୟତ: ଏକ ଆରଏସ୍‌ଏସ୍‌ ଦୃଷ୍ଟିକୋଣ’ ଶୀର୍ଷକରେ ଆୟୋଜିତ ଏକ ତିନିଦିନିଆ କାର୍ଯ୍ୟକ୍ରମର ପ୍ରଥମ ଦିନରେ ଉଦ୍‌ବୋଧନ ଦେଇ ଭାଗବତ ଏହା କହିଛନ୍ତି । ଦୀର୍ଘ ୮୦ ମିନିଟ କାଳ ଉଦ୍‌ବୋଧନ ଦେଇ ସେ ନାନାଦି ପ୍ରସଙ୍ଗ ଉପରେ ମତ ରଖିଛନ୍ତି । ଆର୍‌ଏସ୍‌ଏସ୍‌ର ପ୍ରତିଷ୍ଠାତା କେଶବ ବଳିରାମ ହେଡ୍‌ଗେଓ୍ଵାରଙ୍କ କାର୍ଯ୍ୟ ଓ ଜୀବନୀ, ସମାଜକୁ ନଷ୍ଟ କରୁଥିବା ସାମାଜିକ ବ୍ୟାଧି, ଦେଶ ପାଇଁ ବିବିଧତାର ଗୁରୁତ୍ୱ, ଭାରତର ସ୍ୱାଧୀନତା ସଂଗ୍ରାମ ସମେତ ସ୍ୱାଧୀନତା ସଂଗ୍ରାମରେ କଂଗ୍ରେସର ଭୂମିକା ଉପରେ ବିସ୍ତତ ଆଲୋଚନା କରିଥିଲେ ।

ଭାରତରେ ବିବିଧତାର ବ୍ୟାପକତା ସମ୍ପର୍କରେ ଆଲୋକପାତ କରି ଭାଗବତ କହିଥିଲେ, ଦେଶର ବିବିଧ ସଂସ୍କୃତିକୁ ସମ୍ମାନ ଦିଆଯିବା ସହିତ ତାହାକୁ ପାଳନ କରାଯିବା ଉଚିତ । ସମାଜରେ କୌଣସି ପ୍ରକାର ବିବାଦର କାରଣ ଏହା ହେବା ଉଚିତ ନୁହେଁ । ଭାରତ ହେଉଛି ଏଭଳି ଏକ ଦେଶ ଯାହା ବିବିଧତାରେ ପରିପୂର୍ଣ୍ଣ । ନୂଆଦିଲ୍ଲୀରେ ଏଭଳି ତିନି ଦିନିଆ କାର‌୍ୟ୍ୟକ୍ରମ ଆୟୋଜନର କାରଣ ସମ୍ପର୍କରେ ସେ କହିଛନ୍ତି, ଆର୍‌ଏସ୍‌ଏସ୍‌ କରୁଥିବା ଅତୁଳନୀୟ କାର‌୍ୟ୍ୟ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ହେଉଛି ଏହାର ଉଦ୍ଦେଶ୍ୟ। ସମସ୍ତ ପ୍ରକାର ମନ୍ଦକୁ ଦୂର କରି ସମାଜରେ ସଂସ୍କାର ଆଣିବା ହେଉଛି ଆରଏସ୍‌ଏସ୍‌ର ମୂଳ ଲକ୍ଷ୍ୟ । ସମଗ୍ର ସମାଜକୁ ଜଣେ ଆରଏସ୍‌ଏସ୍‌ କର୍ମୀ ତା’ ନିଜର ବୋଲି ହୃଦ୍‌ବୋଧ କରିଥାଏ ବୋଲି ସେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe