ଭାରତୀୟ କ୍ରିକେକର ମହମ୍ମଦ ସାମି ଏବଂ ସ୍ତ୍ରୀ ହସିନ ଜହାଁଙ୍କ ଭିତରେ କିଛି ଦିନ ହେବ ଘରୋଇ କଳହକୁ ନେଇ ତୁ’ତୁ ମେ’ମେ ଲାଗି ରହିଛି । କଥା ଏତେ ବାଟ ଆଗକୁ ଯାଇଛି ଯେ ଘର କଥା କୋର୍ଟକୁ ଗଲାଣି । ନିକଟରେ ସାମିଙ୍କ ସଡକ ଦୁର୍ଘଟଣା ପରେ ସ୍ତ୍ରୀ ହସିନ ସବୁକିଛିକୁ ଭୁଲି ସ୍ୱାମୀଙ୍କ ନିକଟକୁ ଯାଇଥିଲେ । ଏକ ସାକ୍ଷାତକାରରେ ହସିନ ସାମିଙ୍କୁ ଛାଡପତ୍ର ନଦେଇ ତାଙ୍କୁ ସୁଧାରିବାକୁ ଚାହିଁବା କଥା ପ୍ରକାଶ କରିଛନ୍ତି । ଦୁର୍ଘଟଣା ପୂର୍ବରୁ ସେ ସାମିଙ୍କ ସହ ବହୁବାର କଥା ହେବା ପାଇଁ ତାଙ୍କୁ ଫୋନ ଲଗାଇଥିଲେ ହେଁ ସାମୀ ଫୋନ ଉଠାଇ ନଥିଲେ ଏବଂ ଦିଲ୍ଲୀ ଆସିବା ପରେ ହୋଟେଲ ରେଡିସନରେ ଦୁହିଁଙ୍କ ଦେଖା ହୋଇଥିଲା ।

Advertisment

Mohammed Shami demands investigation

ସାମି ସେଠାରେ ଝିଅ ସହ ଖେଳିଥିଲେ ହେଁ ହସିନଙ୍କୁ ଦେଖା କରିନଥିଲେ ଏବଂ କୋର୍ଟରେ ଦେଖିବା ପାଇଁ ଧମକ ଦେଇଥିଲେ । ସାମି ତାଙ୍କ ଶକ୍ତି ଏବଂ ପଇସାକୁ ନେଇ ହସିନଙ୍କୁ ହରାଇବାକୁ ଚାହୁଁଥିବା କଥା ସେ ଗଣମାଧ୍ୟମକୁ କହିଥିଲେ । ଏତଦପରେ ମଧ୍ୟ ସେ ହାର ନମାନି ନ୍ୟାୟ ପାଇଁ ଲଢିବା କଥା ପ୍ରକାଶ କରିଛନ୍ତି । ହସିନ ପଶ୍ଚିମବଙ୍ଗର ଲାଲବଜାର ଥାନାରେ ସାମିଙ୍କ ବିରୋଧରେ ଏତଲା ଦେଇଛନ୍ତି । କେବଳ ସେତିକି ନୁହଁ ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଖକୁ ସାହାଯ୍ୟ ପାଇଁ ମଧ୍ୟ ଗୁହାରୀ କରିଛନ୍ତି ।

ମତଭେଦ କମିବା ପରେ ପୁନର୍ବାର ବୈବାହିକ ଜୀବନ ଆରମ୍ଭକୁ ନେଇ ହସିନ କହିଥିଲେ. ସକରାତ୍ମକ ଉତ୍ତର ନଆସିବା ଯାଏଁ କିଛି ବି କହିହେବନି । ୩ ବର୍ଷ ହେଲା ସେ ସାମୀଙ୍କୁ ସୁଧାରିବା ପାଇଁ ଚେଷ୍ଟା କରିଥିଲେ ହେଁ ସାମୀଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ସେ ଏହିଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲେ । ସାମୀ ପୂର୍ବରୁ ହିଁ ଅଲଗା ହେବା ପାଇଁ ଚାହୁଁଥିଲେ । ପୂର୍ବ ବିବାହକୁ ନେଇ ସାମୀଙ୍କ ପ୍ରତିକ୍ରିୟା ପଚାରିଯିବାରୁ ସେ କହିଥିଲେ ପୋଡ୍ଡାର ରୋଡଠାରେ ଥିବା ଆଉ ଏକ ଘରେ ସେ ଝିଅମାନଙ୍କ ସହ ଖେଳନ୍ତି ଏବଂ ପୂର୍ବପତୀୟି ସହ ଚାଲିଥିବା କେସରେ ସାମୀ ତାଙ୍କୁ କୋର୍ଟକୁ ନେବାଆଣିବା ମଧ୍ୟ କରୁଥିବା କଥା ସେ କହିଛନ୍ତି । ଏହି ଘଟଣା ସହ ତାଙ୍କ ପୂର୍ବ ବିବାହର କୌଣସି ସଂପୃକ୍ତି ନଥିବା କଥା ସେ କହିଥିଲେ ।

ସୂଚନାଯୋଗ୍ୟ ସାମୀଙ୍କ ଗାଡି ୨୪ ମାର୍ଚ୍ଚ ଦିନ ଏକ ଟ୍ରକକୁ ପିଟିଦେଇଥିଲା, ଯାହାଦ୍ୱାରା ତାଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇଥିଲା । ସେତେବେଳେ ସବୁ ରାଗରୁଷାକୁ ଭୁଲି ହସିନ ସାମୀଙ୍କ ପାଖକୁ ଯାଇଥିଲେ । ସାମୀ ତାଙ୍କୁ ଧୋକା ଦେଇଥିଲେ ମଧ୍ୟ ସେ ତାଙ୍କୁ ଏବେ ବି ଭଲ ପାଉଥିବା କଥା କହି ତାଙ୍କ ଆରୋଗ୍ୟ କାମନା ପାଇଁ ଇଶ୍ୱରଙ୍କୁ ପ୍ରାର୍ଥନା କରିବା କଥା କହିଛନ୍ତି ।