କନକ ବ୍ୟୁରୋ : ବାରାଣାସୀ ରାସ୍ତା ପାଲଟିଲା ଜନସମୂଦ୍ର । ଖୋଲା ଗାଡିରେ ନିର୍ବାଚନୀ ପ୍ରଚାର କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍ । ଉତ୍ତରପ୍ରଦେଶରେ ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ମୋଦିଙ୍କ ମେଗା ରୋଡ ସୋ’ । ବାରାଣାସୀ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ତାଙ୍କର ଏହି ମେଗା ରୋଡ ସୋ’ ଆରମ୍ଭ ହୋଇଛି । ଏହି ଅବସରରେ ପଣ୍ଡିତ ମଦନମୋହନ ମାଲବିୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ମୋଦି ।
ଏହାସହ କାଶୀ ବିଶ୍ୱନାଥ ଓ କାଳଭୈରବ ମନ୍ଦିରରେ ମଧ୍ୟ ମୋଦି ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି । ମୋଦିଙ୍କ ରୋଡ ସୋ’ରେ ହଜାର ହଜାର ଦଳୀୟକର୍ମୀ ଓ ସମର୍ଥକଙ୍କ ଭିଡ ଜମିଛି । ଏହାକୁ ନଜରରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି ମେଗା ରୋଡ ସୋ’ ପାଖାପାଖି ୪କିଲୋମିଟର ପର୍ଯ୍ୟନ୍ତ ଚାଲିବ । ମାର୍ଚ୍ଚ ୮ରେ ଉତ୍ତରପ୍ରଦେଶରେ ଶେଷ ପର୍ଯ୍ୟାୟ ନିର୍ବାଚନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-04-13h42m42s365.png)