ମାଲକାନଗିରିର ମୋଦିପ୍ରେମୀ : ବିଜେପିର ବିଜୟ ପରେ ମାଗଣାରେ ଚା’ ବାଣ୍ଟିଲେ ଚା’ ଦୋକାନୀ ରମେଶ ଦୋରା

131

ପ୍ରଚଣ୍ଡ ବହୁମତରେ ପୁଣି ଥରେ ସରକାର ଗଢ଼ିବାକୁ ଯାଇଛି ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଓ ରାଷ୍ଟ୍ରବାଦ ଆଧାରରେ ବିଜେପି ଏକାକୀ ବହୁମତ ହାସଲ କରିଛି ।  ସାରା ଦେଶରେ ମୋଦି ଲେହେର୍ । ପ୍ରଥମ ଥର ପାଇଁ ମୋଦି ଜଣେ ଅଣକଂଗ୍ରେସ ଦଳର ନେତା ଭାବେ ୫ ବର୍ଷ ପୁରଣ କରି ପୁଣି ଥରେ ଶାସନ କ୍ଷମତାକୁ ଫେରୁଛନ୍ତି । ଦେଶର ୧୫ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ମୋଦି ।

ମୋଦିଙ୍କ ସଫଳତାରେ ମୋଦିପ୍ରେମୀଙ୍କ ଖୁସି କହିଲେ ନସରେ । ବିଜୟ ପରେ ବିଭିନ୍ନ ଢ଼ଙ୍ଗରେ ଉତ୍ସବ ମନାଉଛନ୍ତି ମୋଦିଙ୍କ ପ୍ରଶଂସକ । ମୋଦିଙ୍କ ବିଜୟରେ ଝୁମି ଉଠୁଛନ୍ତି ଲୋକେ । କିଏ ମିଠା ବାଂଟି ଖୁସି ତ କିଏ ମୋଦିଙ୍କ ନାଁ ଛାତିରେ ଲେଖୁଛି । ପୁଣି ଆଉ କିଏ ଲୋକସଭା ନିର୍ବାଚନରେ ସଫଳତା ପାଇଁ ମୋଦିଙ୍କ ସିନେମା ଦେଖିବା ପାଇଁ ପୁରା ହଲ୍ ବୁକ୍ କରିଛି ।

ମାଲକାନଗିରିରେ ମଧ୍ୟ ଏମିତ ଜଣେ ମୋଦି ପ୍ରେମୀ ରହୁଛନ୍ତି । ବିଜୟ ପରେ ମାଲକାନଗରି ସଦର ମହକୁମା ସ୍ଥିତ ନେତାଜୀ ସୁବାଷ ବୋଷ ଛକ ନିକଟରେ ଜଣେ ମୋଦି ସମର୍ଥକ ମାଗଣାରେ ଚା’ ବାଂଟିଛନ୍ତି । ନିର୍ବାଚନ ଫଳାଫ ଆସିବା ଘୋଷଣା ପରେ ଚା ଦୋକାନୀ ରମେଶ ଦୋରା ଖୁସିରେ ଆତ୍ମହରା ହୋଇ ଗ୍ରାହକଙ୍କୁ ମାଗଣାରେ ଚା’ ବାଣ୍ଟିଛନ୍ତି ।