ମୋଦିଙ୍କ ମିଶନ କର୍ଣ୍ଣାଟକ ! ଶିବଙ୍କ ଶରଣରେ ପ୍ରଧାନମନ୍ତ୍ରୀ

21

କନକ ବ୍ୟୁରୋ : ମିଶନ କର୍ଣ୍ଣାଟକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ଆଜି ଦିନକିଆ କର୍ଣ୍ଣାଟକ ଗସ୍ତରେ ଯାଇଛନ୍ତି । ବେଙ୍ଗାଲୁରୁରେ ପଂହଚିବା ପରେ ସେ ପ୍ରଥମ ଧର୍ମସ୍ଥଳ ସ୍ଥିତ ପ୍ରସିଦ୍ଧ ହରି ମଞ୍ଜୁନାଥ ସ୍ୱାମୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଏଠାରେ ଶିବଙ୍କ ପୂଜା କରାଯାଏ । ମନ୍ଦିରର ପୂଜାରୀ ମୋଦିଙ୍କ ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀ କର୍ଣ୍ଣାଟକର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ବିଦରରେ ୧୧୦ କିଲୋମିଟର ବ୍ୟାପୀ ରେଳଲାଇନରେ ଉଦଘାଟନ କରିବେ ମୋଦି । କର୍ଣ୍ଣାଟକରେ କଂଗ୍ରେସ ସରକାର ଅଛି । ଏଠାରେ ଆଗାମୀ ବର୍ଷ ନିର୍ବାଚନ ହେବାର ଅଛି । କର୍ଣ୍ଣାଟକ କବଜା ପାଇଁ ବିଜେପି ଏବେଠାରୁ କସରତ ଆରମ୍ଭ କରିଛି । ତେବେ ମୋଦିଙ୍କ ଏହି ଗସ୍ତ ଆଗାମୀ ନିର୍ବାଚନ ପାଇଁ କେତେ କାମ ଦେବ ତାହା ଦେଖିବା ପାଇଁ ବାକି ରହିଲା ।