ଲଣ୍ଡନରେ ମୋଦିଙ୍କ ଲାଇଭ୍ ସୋ’ ! ଭାରତ କୀ ବାତ୍ ସବକେ ସାଥରେ ପାକିସ୍ତାନକୁ ଦେଲେ ଚେତାବନୀ

46

କନକ ବ୍ୟୁରୋ : ଲଣ୍ଡନରୁ ପାକିସ୍ତାନକୁ ମୋଦିଙ୍କ ଟାର୍ଗେଟ୍ । କହିଲେ ପଛପଟୁୁ ଆକ୍ରମଣ କଲେ ଚୁପ୍ ବସିବନି ଭାରତ । ଯେସାକୁ ତେସା ନୀତି ଭଳି ଜବାବ ଦେବା ଜାଣିଛି ଭାରତ । ସର୍ଜିକାଲ୍ ଷ୍ଟାଇକ୍ ନେଇ ପ୍ରଶ୍ନ ଉଠାଉଥିବା ବିରୋଧୀଙ୍କୁ ଭଗବାନ ସଦବୁଦ୍ଧି ଦିଅନ୍ତୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଲଣ୍ଡନର ୱେଷ୍ଟମିନିଷ୍ଟର ସେଂଟ୍ରାଲ ହଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ଲାଇଭ ସୋ କରିଛନ୍ତି । ଯାହାର ନାଁ ରହିଛି, ଭାରତ କି ବାତ୍, ସବ୍ କେ ସାଥ୍ । ଏହି କାର୍ଯ୍ୟକ୍ରମରେ ବିଶ୍ୱର ବିଭିନ୍ନ କୋଣରୁ ଲୋକଙ୍କ ପ୍ରଶ୍ନର ଉତର ରଖିଛନ୍ତି ମୋଦି ।

ବ୍ରିଟେନରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବ୍ରିଟେନର ମହାରାଣୀ ଦ୍ୱିତୀୟ ଏଲିଜାବେଥଙ୍କୁ ସାକ୍ଷାତ କରିଛନ୍ତି ମୋଦି । ନିଜ ବ୍ରିଟିସ୍ ପ୍ରତିପକ୍ଷ ଥେରେସା ମେ’ଙ୍କୁ ସାକ୍ଷାତ କରି ସୀମାପାର ଆତଙ୍କବାଦ, ଭିସା ଓ ଇମିଗ୍ରେସନ ବିଷୟରେ ଆଲୋଚନା କରିଛନ୍ତି ମୋଦି । ଏହାସହ ପ୍ରଧାନମନ୍ତ୍ରୀ ପ୍ରିନ୍ସ ଚାଲର୍ସଂକୁ ମଧ୍ୟ ସାକ୍ଷାତ କରିଛନ୍ତି । ମୋଦି ଏବେ ୟୁରୋପକୁ ୫ ଦିନିଆ ଗସ୍ତରେ ଅଛନ୍ତି । ୟୁରୋପ ଗସ୍ତର ଶେଷ ପର୍ଯ୍ୟାୟରେ ମୋଦି ଜର୍ମାନୀ ଗସ୍ତ କରିବେ । ଏପ୍ରିଲ ୨୦ରେ ଜର୍ମାନୀ ଚାନ୍ସଲର ଅଙ୍ଗେଲା ମର୍କେର୍ଲଂକୁ ମୋଦି ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।