ପଶ୍ଚିମବଙ୍ଗରେ ଦିଦିଙ୍କୁ ଟାର୍ଗେଟ : ମୋଦି କହିଲେ, ଯୋଗାଯୋଗରେ ଅଛନ୍ତି ଟିଏମସିର ୪୦ ବିଧାୟକ, ୨୩ ମେ ପରେ ଛାଡ଼ିବେ ଦଳ

249

କନକ ବ୍ୟୁରୋ : ଦେଶରେ ନିର୍ବାଚନୀ ମାହୋଲ ଭିତରେ ଚାଲିଛି ଚାଲିଛି ନିର୍ବାଚନୀ ପର୍ବ । ପୁଣି ଥରେ ସରକାର ଗଠନ ପାଇଁ ମୋଦି ଆପ୍ରାଣ ଉଦ୍ୟମ କରୁଛନ୍ତି । ନିର୍ବାଚନ ହେଉଥିବା ରାଜ୍ୟ ଗୁଡ଼ିକୁ ମାରାଥନ ପ୍ରଚାରରେ ଯାଉଛନ୍ତି ମୋଦି । ଲୋକଙ୍କ ମନ ଜିଣିବା ସହ ବିରୋଧୀଙ୍କୁ ସମାଲୋଚନା କରିବାର କୌଣସି ସୁଯୋଗ ଛାଡ଼ୁନାହାନ୍ତି । ଏହି କ୍ରମରେ ଆଜି ପଶ୍ଚିମବଙ୍ଗ ଗସ୍ତରେ ଯାଇଥିଲେ ପ୍ରଧାନମନ୍ତ୍ରୀ ।

ପଶ୍ଚିମବଙ୍ଗରେ ଦିଦିଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଏଠାରେ ନିର୍ବାଚନ ପ୍ରଚାର ସମୟରେ କହିଛନ୍ତି, ଟିମଏସିର ୪୦ ବିଧାୟକ ତାଙ୍କ ସମ୍ପର୍କରେ ଅଛନ୍ତି । ୨୩ ମେ’ ରେ ୨୦୧୯ ମହାସମର ଫଳାଫଳ ଆସିବା ପରେ ସମସ୍ତ ବିଧାୟକ ଦଳ ଛାଡ଼ିଦେବେ । ପଶ୍ଚିମବଙ୍ଗର ଶ୍ରୀରାମପୁରରେ ମୋଦି କହିଛନ୍ତି, ବିରୋଧୀ ପୂର୍ବରୁ କେବଳ ମୋଦିଙ୍କୁ ଗାଳି ଦେଉଥିଲେ । ଆଉ ଏବେ ଇଭିଏମ ମଧ୍ୟ ତାଙ୍କୁ ଆକ୍ରୋଶାର ଶିକାର ହେଉଛି । ଏବେ ଇଭିଏମ ଉପରେ ଗାଳି ପଡ଼ୁଛି । ତୃଣମୂଳ କଂଗ୍ରେସର ଗୁଣ୍ଡା ସାଧାରଣ ଜନତାଙ୍କୁ ଭୋଟ ଦେବାରେ ରୋକୁଛନ୍ତି । ମୋଦି କହିଛନ୍ତି, ବିରୋଧୀଙ୍କ ପ୍ରଚାର ଅଭିଯାନ ମୋଦିକୁ ଗାଳି ଦେବା ଉପରେ କେନ୍ଦ୍ରିତ ।

ଏହା ପୂର୍ବରୁ ଝାଡ଼ଖଣ୍ଡର ଏକ ସଭାରେ ମଧ୍ୟ ଯୋଗଦେଇଥିଲେ ମୋଦି । ପ୍ରଧାନମନ୍ତ୍ରୀ ସେଠାରେ ମଧ୍ୟ ବିରୋଧୀକୁ ଟାର୍ଗେଟ କରିଥିଲେ । ବିରୋଧୀଙ୍କ ମହାମେଂଟ ଦେଶରେ ବହୁମତ ସରକାର ଚାହୁଁନାହିଁ । କଂଗ୍ରେସ ଦେଶରେ ଦୁର୍ବଳ ସରକାର ଚାହୁଁଛି । ରିମୋଟ କଣ୍ଟ୍ରୋଲ ଦ୍ୱାରା ଦୁର୍ବଳ ସରକାର ଚଳାଇବା ପାଇଁ ଚାହୁଁଛି କଂଗ୍ରେସ । ଜନତାଙ୍କ ହିତ କରିବା ତାଙ୍କର ଉଦ୍ଦେଶ୍ୟ ନାହିଁ । ଗରିବ ଲୋକଙ୍କୁ ଗରିବ କରି ରଖିବା ହିଁ ତାଙ୍କ ଲକ୍ଷ୍ୟ ।