ସୋନପୁରରେ ମୋଦିଙ୍କ କଂଗ୍ରେସ ହଟାଅ ଆହ୍ୱାନ ! ବିଜେଡ଼ି ସରକାର ଉପରେ ବର୍ଷିବା ସହ ପ୍ରଧାନମନ୍ତ୍ରୀ କହିଲେ, ରାଜ୍ୟରେ ଡବଲ ଇଞ୍ଜିନ ସରକାରର ନିଷ୍ପତ୍ତି ନେବେ ଜନତା

ରାଜ୍ୟ ସରକାର ଓ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

141

କନକ ବ୍ୟୁରୋ : ସୁନ୍ଦରଗଡ଼ ପରେ ସୋନପୁରରେ ବି ରାଜ୍ୟ ସରକାର ଓ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଂଗ୍ରେସ ଓ ବିଜେଡ଼ିକୁ ଗରିବିରେ ରାଜନୀତି ଫସଲ ଦେଖାଯାଏ । କଂଗ୍ରେସ ସରକାର ଗରିବଙ୍କୁ ନେଇ ରାଜନୀତି କରୁଛି । କଂଗ୍ରେସ ପାଖରେ ପର୍ଯ୍ୟାପ୍ତ ସମୟ ଥିଲେ ଦେଶବାସୀଙ୍କ ପାଇଁ କିଛି ପଦକ୍ଷେପ ନେଲେ ନାହିଁ । ଦେଶରେ କଂଗ୍ରେସ ହଟିଲେ ହିଁ ଧୀରେ ଧୀରେ ଦାରିଦ୍ର‌୍ୟତା ଦୂର ହେବ ।

କଂଗ୍ରେସ ସରକାରରେ ଦେଶ ପଛେଇ ଗଲା । ଦେଶର ଗରିବ କହୁଛି କଂଗ୍ରେସ ହଟାଅ । କଂଗ୍ରେସ ହଟିଲେ ଗରିବି ଆପେ ଆପେ ହଟିଯିବ । ଦେଶରୁ ଦାରିଦ୍ର‌୍ୟତା ହଟାଇବା ପାଇଁ ସବୁଠାରୁ ବଡ଼ ଔଷକ୍ଷ ହେଉଛି କଂଗ୍ରେସ ହଟାଅ । ଭେଦଭାବ ଯୋଗୁଁ ଭାରତ ଆଗକୁ ବଡିପାରିଲା ନାହିଁ । ଫଳରେ ନକ୍ସଲବାଦ ବୃଦ୍ଧି ପାଇଲା । କ୍ଷମତାକୁ ଆସିବା ପାଇଁ କଂଗ୍ରେସ ନେତାମାନେ ବାହାସ୍ପଟ ମାରୁଛନ୍ତି । ଅସମ୍ଭବ ପ୍ରତିଶ୍ରୁତି ଉପରେ ପ୍ରତିଶ୍ରୁତି ଦେଉଛନ୍ତି । ବିଭିନ୍ନ ଯୋଜନା ଆଣିବା ନେଇ ଜନସାଧାରଣରେ ଭ୍ରମ ସୃଷ୍ଟି କରାଉଛନ୍ତି । କଂଗ୍ରେସ ଯେଉଁ ନୀତି ଆପଣାଇବାକୁ ଚାହୁଁଛି , ସେପରି ହେଲେ ଦେଶରେ ଦରଦାମ ବୃଦ୍ଧିି ପାଇବ । କେନ୍ଦ୍ର ସରକାରଙ୍କ ଦ୍ୱାରା ଉପଲବ୍ଧ କରାଯାଉଥିବା ଶସ୍ତା ଚାଉଳ ଓ ଗହମ ଦାମ ବୃଦ୍ଧି ପାଇଯିବ । କଂଗ୍ରେସର ନେତା ଖୁଲମଖୁଲା ଜନତାଙ୍କୁ ସ୍ୱାର୍ଥପର କହୁଛନ୍ତି । ମଧ୍ୟମବର୍ଗ ନିଜ କଥା ଭାବୁଥିବା କହୁଛନ୍ତି । ମଧ୍ୟମବର୍ଗଙ୍କ ମେରୁଦଣ୍ଡ ଭାଙ୍ଗିଲେ ଦେଶର ବିକାଶ ହେବ ନାହିାଁ ଗରିବଙ୍କ ହକ୍ ମାରୁଥିବା ବ୍ୟକ୍ତିଙ୍କୁ ସୁଯୋଗ ଦେବା ଦରକାର ନାହିଁ ।

କଂଗ୍ରେସ ଓ ବିଜେଡ଼ି ସରକାର ଗରିବିରେ ରାଜନୀତି କରିବା ପାଇଁ ପସନ୍ଦ କରୁଛନ୍ତି । କଂଗ୍ରେସ ପରି ବିଜେଡ଼ି ସରକାର ସମାନ କାମ କରୁଛି । ଚୌକିଦାରକୁ ପସନ୍ଦ କରୁନାହାନ୍ତି ବିରୋଧୀ । ମୋଦିଙ୍କୁ ହଟାଇବା ପାଇଁ ମହାମେଂଟ ଆରମ୍ଭ ହୋଇଛି । ଏହି କାରଣରୁ ଓଡ଼ିଶାବାସୀ ଅସବିଧାରେ ରହିଛି । ବିଜେଡ଼ି ସକରାରଙ୍କୁ ଟାର୍ଗେଟ କରି ମୋଦି କହିଛନ୍ତି ଦୁଇ ଦଶକ ହେଲା ରାଜ୍ୟରେ ବିଜେଡ଼ି ସକରାର ରହିଛି । ଓଡ଼ିଶାରେ କୋଇଲା, ଧାତୁ, ଜଙ୍ଗଲ ଜଳର କୌଣସି ସମସ୍ୟା ନାହିଁ । ହେଲେ କେଉଁ କାରଣରୁ ଓଡ଼ିଶା ବିକାଶର ଦୌଡ଼ରେ ପଛେଇ ଗଲା । ନବୀନ ବାବୁଙ୍କ ପୂର୍ବରୁ ଏଠାରେ କଂଗ୍ରେସ ସରକାର ଥିଲା ।

ଓଡିଶାରେ ଏବେ ଶକ୍ତିଶାଳୀ ଏବଂ ନୂଆ ସରକାର ଦରକାର । ଓଡିଶାର ବିକାଶ କରିପାରିବା ଭଳି ସରକାର ଦରକାର । ବିଜେଡି ସରକାରରେ ଭେଦଭାବ ରାଜ୍ୟର ଲୋକଙ୍କ ସହ ଭେଦଭାବ କରୁଛି । ଏଠାକାର ଯୁବକ ଦିଲ୍ଲୀ, ସୁରତ ଯାଉଛନ୍ତି । ରାଜ୍ୟରେ ପର୍ଯ୍ୟଟନର ଅନେକ ସୁଯୋଗ ରହିଛି । ରାଜ୍ୟ ସରକାର ଜନତାଙ୍କ ଭଲ ଚାହୁଁନାହାନ୍ତି । ଏଥର ନିର୍ବାଚନରେ ଉଭୟ ରାଜ୍ୟ ଓ ଦେଶରେ ଡବଲ ଇଂଜିନ ଲାଗିବ । ଏହି ନିର୍ବାଚନରେ ହିଁ ସବୁ କିଛି ନିଷ୍ପତ୍ତି ହୋଇଯିବ । ଭୋଟ ଦେବା ପାଇଁ ଦେଶବାସୀଙ୍କୁ ଆହ୍ୱାନ ଦେଲେ ମୋଦି ।