ଏନଡ଼ିଏ ସଂସଦୀୟ ଦଳ ନେତା ମନୋନୀତ ହେଲେ ନରେନ୍ଦ୍ର ମୋଦି : ପ୍ରସ୍ତାବ ଦେଇଥିଲେ ଅମିତ ଶାହ, ସମର୍ଥନ ଜଣାଇଲେ ସହଯୋଗୀ

243

କନକ ବ୍ୟୁରୋ : ଲେକାସଭା ନିର୍ବାଚନରେ ଏନଡ଼ିଏକୁ ବହୁମତ ମିଳିଛି । ସାରା ଦେଶରେ ମୋଦି ଲେହେର । ପ୍ରଚଣ୍ଡ ବହୁମତରେ ବାଜିମାତ୍ କରିଛି ଏନଡ଼ିଏ । ଆସନ୍ତା ୩୦ ତାରିଖରେ ପୁଣି ଥରେ ପ୍ରଧାମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ଶପଥ ନେବା ପୂର୍ବରୁ ନିଜ ସଂସଦୟୀ କ୍ଷେତ୍ର ବାରଣାସୀ ଏବଂ ତା’ପୂର୍ବରୁ ଗୃହରାଜ୍ୟ ଗୁଜୁରାଟ ଯିବେ ମୋଦି । ନିର୍ବାଚନ ଫଳାଫଳା ଆସିବା ପରେ ଆଜି ବିଜେପି ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଚି । ବୈଠକରେ ସର୍ବବସମ୍ମତି କ୍ରମେ ଔପଚାରିକ ଭାବେ ମୋଦିଙ୍କୁ ବିଜେପି ସଂସଦୀୟ ଦଳ ନେତା ଚୟନ କରିଛନ୍ତି । ବିଜେପି ସହଯୋଗୀ ଦଳମାନେ ଏଥିରେ ସହଯୋଗ ଜଣାଇଛନ୍ତି ।

ମୋଦିଙ୍କୁ ଏନଡ଼ିଏ ସଂସଦୀୟ ଦଳ ନେତା ଚୟନ କରାଯିବା ପରେ ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଡ଼ଡ଼ିଏ ଦଳର ନେତା ବାଛିପା ପାଇଁ ସଂସଦ ଭବନର ସେଣ୍ଟ୍ରାଲ ହଲରେ ଏନଡ଼ିଏ ଦଳ ବୈଠକ ଡକାଯାଇଥିଲେ । ଏହି ଅବସରରେ ଏନଡ଼ିଏରେ ସାମିଲ ଦଳ ଗୁଡ଼ିକ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ସମର୍ଥନ ଜଣାଇଛନ୍ତି । ଆଜି ବସିଥିବା ଏନଡିଏ ସଂସଦୀୟ ଦଳ ବୈଠକରେ ଶୀରୋମଣି ଅକାଳି ଦଳ ମୁଖ୍ୟ ପ୍ରକାଶ ସିଂ ବାଦଲ ମୋଦିଙ୍କ ନାଁ ପ୍ରସ୍ତାବ ଦେଇଥିବାବେଳେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଓ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନିତିଶ କୁମାର ଏହି ପ୍ରସ୍ତାବର ସମର୍ଥନ କରିଥିଲେ ।

ଏନଡ଼ିଏ ସଂସଦୀୟ ଦଳ ବୈଠକରେ ଉଦବୋଧନ ଦେଇ ମୋଦି କହିଛନ୍ତି, ସାରା ବିଶ୍ୱର ଧ୍ୟାନ ଭାରତର ନିର୍ବାଚନ ଉପରେ ଥିଲା । ନୂଆ ଭାରତର ସଂଙ୍କଳ୍ପକୁ ନୂଆ ଉତ୍ସାହର ସହ ଆଗେଇ ନେବାକୁ ଆହ୍ୱାନ ଦେଇଛନ୍ତି ମୋଦି । ୨୦୧୯ ନିର୍ବାଚନ ସାମାଜିକ ଏକତାର ଆନ୍ଦୋଳନ ଥିଲା । ନିର୍ବାଚନ ହୃଦୟ ଯୋଡ଼ିବାର କାମ କରିଛି । ପ୍ରଚଣ୍ଡ ବହୁମତ ଦାୟତ୍ୱକୁ ଆହୁରି ଅଧିକ ବଢ଼ାଇ ଦେଇଛି । ବିଜେପିର ସେବା ଭାବ ଯୋଗୁଁ ହିଁ ଏହି ବିଜୟ ସମ୍ଭବ ବୋଲି କହିଛନ୍ତି ମୋଦି ।

ଏନଡିଏର ନେତା ନିର୍ବାଚିତ ହେବା ପରେ ମୋଦି ଆଜି ସଂଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ସରକାରଗଠନ ପାଇଁ ଦାବି କରିବେ । ଆସନ୍ତା ୩୦ ତାରିଖରେ ନୂଆ ସରକାର ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ବାରାଣାସୀ ଯିବାର କାର‌୍ୟ୍ୟକ୍ରମ ରହିଛି । ମୋଦି ବାରାଣାସୀ ଲୋକସଭା ଆସନରୁ ୪.୭୯ ଲକ୍ଷର ବିଶାଳ ଭୋଟ ବ୍ୟବଧାନରେ ବିଜୟୀ ହେଇଛନ୍ତି । ନିକଟରେ ସମାପ୍ତ ଲୋକସଭା ନିର୍ବାଚନରେ ଏନଡିଏ ମେଣ୍ଟ ମୋଟ ୩୫୦ଟି ଆସନ ପାଇଛି ।