କନକ ବ୍ୟୁରୋ : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ବିଜୁବାବୁଙ୍କୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ୱିଟ୍ କରି କହିଛନ୍ତି ବିଜୁଙ୍କ ବିକାଶମୂଳକ କାର୍ଯ୍ୟ ଆଜି ବି ପ୍ରେରଣା ଯୋଗାଉଛି । ଗରିବଙ୍କ ସଶକ୍ତିକରଣ ପାଇଁ ବିଜୁ ବାବୁ ଅନେକ ପଦକ୍ଷେପ ନେଇଥିଲେ । ଲୋକଙ୍କ ସେବା ପାଇଁ ସେ ନିଜକୁ ଉତ୍ସର୍ଗ କରିଥିଲେ ।
Remembering Biju Babu on his Jayanti. His noteworthy efforts for Odisha’s development continue to be cherished by generations. He undertook numerous measures for empowerment of the poor and marginalised during his long years in public service.
— Narendra Modi (@narendramodi) March 5, 2019
ସେପଟେ ନବୀନ ଟୁଇଟ କରି ବିଜୁ ବାବୁଙ୍କ ଏକ ଭିଡିଓ ସେୟାର କରିଛନ୍ତି । ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଂଜଳୀ ଜଣାଇଛନ୍ତି ନବୀନ । ଆଧୁନିକ ଓଡିଶାର ପ୍ରତ୍ୟେକ ସ୍ମାରକୀରେ ରହିଛି ବିଜୁ ବାବୁଙ୍କ କାଳଜୟୀ ସ୍ପର୍ଶ । ଶିକ୍ଷା, ଶିଳ୍ପ, ନାରୀ ସଶକ୍ତିକରଣ ସହ ସବୁ ଶ୍ରେଣୀର ଲୋକଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ବିଜୁ ବାବୁଙ୍କ ନିରନ୍ତର ଉଦ୍ୟମ ସର୍ବଦା ପ୍ରେରଣା ଦାୟୀ ବୋଲି କହିଛନ୍ତି ନବୀନ ।
ସୂଚନାଯୋଗ୍ୟ ଆଜି ସମଗ୍ର ରାଜ୍ୟରେ ବିଶିଷ୍ଟ ଜନନାୟକ ଓ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୩ତମ ଜୟନ୍ତୀ ପାଳନ କରାଯାଉଛି। ପଞ୍ଚାୟତରାଜ ଦିବସ ଭାବେ ଘୋଷିତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଆଜି ସକାଳ ୭ଟାରେ ଏକ ମିନି ମାରାଥନ୍ ଆୟୋଜନ କରାଯାଇଥିଲା। ସ୍ଥାନୀୟ ବିଜୁ ପଟ୍ଟନାୟକ ପାର୍କ (ଫରେଷ୍ଟ୍ ପାର୍କ) ଠାରୁ ଆରମ୍ଭ ହୋଇ ଏହି ଗଣଦୌଡ଼ କଳିଙ୍ଗ ଷ୍ଟାଡିୟମ୍ରେ ଶେଷ ହୋଇଥିଲା। ରାଜ୍ୟର ବିଭିନ୍ନ ଜିଲ୍ଲା ସଦର ମହକୁମାମାନଙ୍କରେ ମଧ୍ୟ ମହାସମାରୋହରେ ବିଜୁ ପଟ୍ଟନାୟକ ଜୟନ୍ତୀ ପାଳନ କରାଯାଉଥିବାର ଖବର ଆସିଛି । ବିଜୁ ଜୟନ୍ତୀ ଅବସରରେ ୧. ୫୮ ଲକ୍ଷ ଟଙ୍କାର ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ମଧ୍ୟ ଘୋଷଣା କରାଯାଇଛି ।