କରୋନା ମାଡ ମଧ୍ୟରେ ବଜାରକୁ ଆସିଗଲା ମୋଦି-ରାହୁଲ ମାସ୍କ । ଭୋପାଳ ବ୍ୟବସାୟୀଙ୍କ ପାଖରୁ ମାସ୍କ କିଣିବାକୁ ଗ୍ରାହକଙ୍କ ଆଗ୍ରହ, ବଢୁଛି ମାସ୍କର ଚାହିଦା

432

କନକ ବ୍ୟୁରୋ : କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବାକୁ ଯେଉଁ କେତୋଟି ସତର୍କତା ପାଳନ କରିବାକୁ କୁହାଯାଇଛି , ତା ମଧ୍ୟରୁ ମାସ୍କ ପିନ୍ଧିବା ଗୋଟିଏ । ଏବେ ପ୍ରତ୍ୟକ ଲୋକ ଘରୁ ପଦାକୁ ବାହାରିଲେ ମାସ୍କ ପିନ୍ଧୁଛନ୍ତି । ଏପରି ସମୟରେ ଚାହିଦାକୁ ଦେଖି ବଜାରକୁ ଆସିଗଲା ମୋଦି-ରାହୁଲ ମାସ୍କ । ଏହା ସାଧାରଣ ମାସ୍କ ପରି, କିନ୍ତୁ ଦେଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁହଁ ପରି , ରାହୁଲ ଗାନ୍ଧିଙ୍କ ମୁହଁ ପରି ।

ମୋଦି ମାସ୍କ ବଜାରକୁ ଆସିବା ପରେ ମୋଦିଙ୍କ ଫ୍ୟାନଙ୍କ ମଧ୍ୟରେ ଅଦଭୁତ ଆଗ୍ରହ ଦେଖିବାକୁ ମିଳିଲାଣି । ଏଥର ମାସ୍କ ବଜାରରେ ମୋଦି ରାହୁଲ ମାସ୍କ ଭଲ ବେପାର କରିବା ନେଇ ବ୍ୟବସାୟୀ ମଧ୍ୟ ଆଶା ରଖିଛନ୍ତି । ଗ୍ରହକଙ୍କୁ ଆକୃଷ୍ଟ କରିବାକୁ ଦୋକାନୀମାନେ ମଧ୍ୟ ମୋଦି ରାହୁଲ ମାସ୍କ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି ।