କନକ ବ୍ୟୁରୋ : ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ‘ରାଜକମଲ’ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରଠାରେ ପହଞ୍ଚିଥିଲେ । ଆଉ ତାଙ୍କୁ ସେଠାରେ ରାଜ୍ୟପାଳ ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ମେୟର ଅନନ୍ତ ନାରାୟଣ ଜେନା, ମୁଖ୍ୟ ଶାସନ ସଚିବ ଆଦିତ୍ୟପ୍ରସାଦ ପାଢ଼ୀ, ପୁଲିସ ମହାନିର୍ଦ୍ଦେଶକ ଡା. ଆରପି ଶର୍ମାଙ୍କ ସହିତ ବହୁ ବରିଷ୍ଠ ବିଜେପି ନେତା ପ୍ରମୁଖ ତାଙ୍କୁ ସ୍ୱାଗତ କରିଥିଲେ ।
ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସି ମୋଦି ଝାରସୁଗୁଡ଼ା ବିମାନ ବନ୍ଦରର ଉଦଘାଟନ, ତାଳଚେର ସାର କାରଖାନାର ଶିଳାନ୍ୟାସ୍ ସମେତ ୨ଟି ଖଣି ଏବଂ ରେଲୱେ ଲାଇନର ଶୁଭାରମ୍ଭ କରିବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବାନ୍ଦୋବସ୍ତ କରାଯାଇଛି । ଏହି ଗସ୍ତରେ ମୋଦି, ତାଳଚେର ଏବଂ ଅନୁଗୁଳରେ ଦୁଇଟି ଜନସଭା କରିବେ । ପୂର୍ବୋଦୟରୁ ନୂଆ ଭାରତର ଉଦୟର ନାରା ଦେଇ ଆସୁଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ପ୍ରସ୍ତୁତ ରହିଛି ଓଡ଼ିଶା । ଭୁବନେଶ୍ୱର ବିମାନନ୍ଦର, ଝାରସୁଗୁଡ଼ା ଏୟାରପୋର୍ଟ ଏବଂ ତାଳଚେର ହେଲିପ୍ୟାଡ୍ରେ ସରିଛି କାରକେଟ୍ ରିହଲସଲ ।
ପହଂଚିବା ପରେ ସିଧାସଳଖ ତାଳଚେର ଅଭିମୁଖେ ଯାତ୍ରା କରିବେ ମୋଦି । ତାଳଚେର ହେଲପ୍ୟାଡ୍ରୁ ସଡକ ପଥରେ ଏଫସିଆଇ ୟୁନିଟ୍, ସେଠୁ ଯାଇ ସାର କାରଖାନାର ଶିଳାନ୍ୟାସ କରିବେ । ସାଢ଼େ ୧୦ଟାରେ ତାଳଚେର ଜନସଭାରେ ଯୋଗଦେବା ପରେ ସାଢ଼େ ୧୧ଟାରେ ଝାରସୁଗୁଡ଼ା ଅଭିମୁଖେ ବାହାରିବେ । ଝାରସୁଗୁଡ଼ାରେ ବିମାନ ବନ୍ଦର ଉଦଘାଟନ ପରେ ଏନଟିପିସି ମାଇନ୍ସ, ଏମସିଏଲ୍ ମାଇନ୍ସ ଏବଂ ରେଳଲାଇନରେ ଉଦଘାଟନ କରିବେ ନରେନ୍ଦ୍ର ମୋଦି । ଉଭୟ ଝାରସୁଗଡ଼ା ଏବଂ ତାଳଚେରରେ ଜନସଭାରେ କାର୍ଯ୍ୟକ୍ରମ ଥିବାରୁ ଦଳପକ୍ଷରୁ ବ୍ୟାପକ ଆୟୋଜନ ମଧ୍ୟ କରାଯାଇଛି । ବିଜେପିର ଦୃଢ଼ ଆଶା ମୋଦିଙ୍କ ଏହି ଗସ୍ତ ଓଡ଼ିଶା ଲୋକଙ୍କୁ ପ୍ରଭାବିତ କରିବ । ମୋଦି ଆଜି ଓଡିଶା ଆସୁଥିବାରୁ କଣ କହିବେ, କାହାକୁ ଟାର୍ଗେଟ କରିବେ ସେ ଉପରେ ସମସ୍ତଙ୍କ ନଜର ରହିଛି । ବିଶେଷକରି ଆଗକୁ ନିର୍ବାଚନ ଆସୁଥିବାରୁ କଣ ରହିବ ପ୍ରଧାନମନ୍ତ୍ରୀଙ୍କ ଆଭିମୁଖ୍ୟ,ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/Modi-Odisha.jpg)
/kanak/media/post_attachments/wp-content/uploads/2018/09/m-1-300x185.jpg)
/kanak/media/post_attachments/wp-content/uploads/2018/09/m2-300x199.jpg)