ନୂଆ ବର୍ଷ, ନୂଆ ଆକାଂକ୍ଷା ଓ ନୂଆ ଆଶା : ନବବର୍ଷ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

266

କନକ ବ୍ୟୁରୋ : ଅତୀତ ପାଲଟିଛି ୨୦୧୯ । ନୂଆବର୍ଷ ୨୦୨୦ର ଏବେ ଦବଦବା । ନୂଆବର୍ଷ ପାଳନ ନେଇ ସବୁଆଡ଼େ ଉତ୍ସବ ଓ ଉତ୍ସାହର ପରିବେଶ । ନାଚଗୀତ ସହ ଆନନ୍ଦରେ ନୂଆବର୍ଷକୁ ସ୍ୱାଗତ କରାଯାଇଛି । ୨୦୨୦ ପ୍ରଥମ ଦିନର ପ୍ରଥମ ସୂର୍ଯ୍ୟ ଉଇଁ ସାରିଛି । ଆଉ ଏହି ନବବର୍ଷ ଅବସରରେ ସମଗ୍ର ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ୱିଟ କରି ବର୍ଷ ୨୦୨୦ ସମସ୍ତଙ୍କ ପାଇଁ ସୁଖ, ସମୃଦ୍ଧି, ଉତମ ସ୍ୱାସ୍ଥ୍ୟ ଆଣିଦେଉ ବୋଲି କହିଛନ୍ତି  । ଆମେ ଆଶା କରୁଛୁ, ନୂତନ ବର୍ଷ ଭାରତକୁ ପରିବର୍ତ୍ତନ କରିବା ପାଇଁ ଲୋକଙ୍କୁ ସଶକ୍ତ କରିବ ଏବଂ ପ୍ରତ୍ୟେକ ଦେଶବାସୀଙ୍କୁ ମଜବୁତ କରିବ ।

ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନବବର୍ଷ ଅବସରରେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ନୂଆ ବର୍ଷ ସମସ୍ତଙ୍କ ପାଇଁ ସୁଖମୟ ହେବା ସହ ସମୃଦ୍ଧି ଆଣିଦେଉ ବୋଲି ଟ୍ୱିଟ୍ କରିଛନ୍ତି ।