କନକ ବ୍ୟୁରୋ : ରାସନ କାର୍ଡ଼ଧାରୀଙ୍କ ପାଇଁ ଖୁସି ଖବର । ଦେଶର ସବୁ ଅଞ୍ଚଳରେ ରାସନ କାର୍ଡ଼ ବ୍ୟବହାର କରିପାରିବେ ହିତାଧୀକାରୀ । ରାସନ କାର୍ଡ଼ଧାରୀଙ୍କ ହିତ ପାଇଁ ସାରା ଦେଶରେ ଲାଗୁ ହେବ ଏକ ଏକ ରାସନ କାର୍ଡ଼ । ଦେଶରେ ଏକ ଦେଶ ଏକ ନିର୍ବାଚନ ସହ ଏକ ଦେଶ ଏକ ରାସନ୍ କାର୍ଡ଼ ଉପରେ ଗୁରୁତ୍ୱ ଦେଉଛନ୍ତି ମୋଦି ସରକାର । ଦେଶରେ ଖୁବ ଶୀଘ୍ର ରାସର୍ନ କାର୍ଡ଼ ପୋର୍ଟାବିଲିଟି ସୁବିଧା ଆରମ୍ଭ ହୋଇଯିବ । ତେବେ ଏହି ପ୍ରକ୍ରିୟା ଲାଗୁ ହେବାପରେ ହିତାଧୀକାରୀ ଉପକୃତ ହୋଇପାରିବେ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରାମବିଲାସ ପାଶ୍ୱାନ ।

Advertisment

publive-image

ମୋଦି ସରକାର ଏକ ଦେଶ ଏକ ରାସନ କାର୍ଡ଼ ଦିଗରେ କାମ କରୁଛନ୍ତି । ଏହି ନୀତି ଆସିବା ପରେ ଦେଶର ଯେକୌଶସି ସ୍ଥାନରେ ଗୋଟିଏ ରାସନ କାର୍ଡ଼ରେ ରାସନ ସାମଗ୍ରୀ ପାଇପାରିବେ ହିତାଧିକାରୀ । ଜଣେ ରାସନ କାର୍ଡ଼ଧାରୀଙ୍କୁ ଗୋଟିଏ ରାସନ ଦୋକାନରେ ବନ୍ଧକ ହୋଇ ରହିବାକୁ ପଡ଼ିବ ନାହିଁ । ହିତାଧିକାରୀଙ୍କୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଯିବ । କେନ୍ଦ୍ରମନ୍ତ୍ରୀ ରାମବିଲାସ ପାଶ୍ୱାନ ସମସ୍ତ ରାଜ୍ୟର ଖାଦ୍ୟ ସଚିବ ଓ ସରକାରୀ ଅଧିରାକରୀଙ୍କୁ ନେଇ ଏକ ବୈଠକ ଡାକିଥିଲେ । ସୂଚନା ଅନୁସାରେ ରାସନ କାର୍ଡ଼ର ଏକ କେନ୍ଦ୍ରୀୟ ସଂଗ୍ରହ କେନ୍ଦ୍ର ଖୋଲାଯିବ । ଜାତୀୟ ସ୍ତରରେ ରାସନ କାର୍ଡ଼ ଧୋକ୍କାଦାରୀରୁ ମଧ୍ୟ ରକ୍ଷା ମିଳିବ ।

publive-image

ଡିଜିଟାଲ ହେବ ରାସନ କାର୍ଡ଼ । ସମସ୍ତ ରାଜ୍ୟରେ ରାସନକାର୍ଡ଼ ଡିଜିଟାଲାଇସେନ ଉପରେ କାମ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ନୂଆ ବ୍ୟବସ୍ଥା ଲାଗୁହେବା ପରେ ସାରା ଦେଶରେ ଗୋଟିଏ ରାସନ କାର୍ଡ଼ ବ୍ୟବହାର କରାଯିବ । ହିତାଧିକାରୀ ଉପକୃତ ହେବାସହ ନକଲି ରାସନ କାର୍ଡ଼ ତିଆରି କରୁଥିବା ଲୋକଙ୍କ ଉପରେ କଡ଼ା ନଜର ରଖାଯାଇ ପାରିବ । ସରକାରଙ୍କ ପ୍ରସ୍ତୁତି ଆଧାରରେ ଆଧାର କାର୍ଡ଼ ଅନୁସାରେ ହିତାଧିକାରୀଙ୍କୁ ଏକ ସ୍ୱତନ୍ତ୍ର ନମ୍ବର ପ୍ରଦାନ କରାଯିବ । ସବତନ୍ତ୍ର ନମ୍ବର ଯୋଗୁଁ ନକଲି ରାସନ କାର୍ଡ଼ ତିଆରି କରିବା ଅସମ୍ଭବ ହୋଇପଡ଼ିବ । ଏହାସହ ସରକାର ଅନଲାଇନ୍ ଇଣ୍ଟିଗ୍ରେଡ଼ ସିଷ୍ଟମ୍ ପ୍ରସ୍ତୁତ ଦିଗରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି । ଏହି ସୁବିଧା ଯୋଗୁଁ ରାସନ କାର୍ଡ଼ ଡାଟା ଷ୍ଟୋର ହୋଇପାରିବ ।