ଜଳ ସମସ୍ୟା ସମାଧାନ ପାଇଁ ପ୍ରସ୍ତୁତି : ଜଳ ସଂରକ୍ଷଣ ପାଇଁ ଆସିବ ନୂଆ ନୀତି, ଜଳ ଶକ୍ତି ଅଭିଯାନ ଆରମ୍ଭ କରିବେ ମୋଦି ସରକାର

181

କନକ ବ୍ୟୁରୋ : ଜଳ ହିଁ ଜୀବନ । ମଣିଷ ଠାରୁ ଆରମ୍ଭ କରି କୀଟପତଙ୍ଗ, ପଶୁପକ୍ଷୀ ବୃକ୍ଷଲତା ସମସ୍ତେ ଜଳ ଉପରେ ନିର୍ଭରଶୀଳ । ମଣିଷ ଖାଦ୍ୟ ବିନା ୭ ଦିନ ବଞ୍ଚିପାରିବ ହେଲେ ଜଳ ବିନା ୨ ଦିନ ଜୀବନଧାରଣ ଅସମ୍ଭବ । ଜଳ ବିନା ଜୀବନର କଳ୍ପନା ମଧ୍ୟ କରିହେବ ନାହିଁ । ସଭ୍ୟତାର ବିକାଶ ଦିଗରେ ମଧ୍ୟ ଜଳ ଗୁରୁତ୍ୱପୂର୍ଣ୍ଣ । ସାରା ଦେଶରେ ଏବେ ଉତୟକଟ ଜଳ ସଙ୍କଟ ଦେଖିବାକୁ ମିଳୁଛି । ବର୍ଷା ଆସିଲାଣି ତଥାପି ପିଇବା ପାଣି ଟୋପାଏ ପାଇଁ ଡହକ ବିକଳ ହେଉଛନ୍ତି ଲୋକେ । ସାରା ଦେଶରେ ଜଳ ସମ୍ମନ୍ଧୀୟ ସମସ୍ୟାର ସମାଧାନ ଅଣ୍ଟା ଭିଡ଼ିଛନ୍ତି କେନ୍ଦ୍ର ସରକାର । ଜଳ ସଂରକ୍ଷଣ ପାଇଁ ଆଜି ଜଳ ଶକ୍ତି ଅଭିଯାନ ଆରମ୍ଭ ହେଉଛି । ଜଳର ଉଚିତ ବ୍ୟବହାର ତଥା ଏହାର ସଂକ୍ଷଣ ଦିଗରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୨କୁ ବିଶ୍ୱ ଦିବସ ଭାବେ ପାଳନ କରାଯାଇଥାଏ । ତେବେ ଏଦିଗରେ ଜନସଚେତନା ଅଧିକ ଜରୁରୀ ।

ସାରା ଦେଶରେ ଭାରି ଜଳ ସଙ୍କଟର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତୁତି । ଜଳ ସଂରକ୍ଷଣ ନେଇ ଜଳ ଶକ୍ତି ଅଭିଯାନ ଆରମ୍ଭ କରିବେ ମୋଦି ସରକାର । ପାଣି ପାଇଁ ସାରା ଦେଶବାସୀଙ୍କୁ ସଚେତନା କରାଇବା ଲକ୍ଷ୍ୟରେ ଏହି ଯୋଜନା ଆରମ୍ଭ ହେଉଛି । ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ କି ବାତ୍ କାର୍ଯ୍ୟକ୍ରମରେ ଏହି ଅଭିଯାନ ପାଇଁ ଲୋକଙ୍କ ଆହ୍ୱାନ ଦେଇଥିଲେ । କେନ୍ଦ୍ର ସକରାର ଏହି ଅଭିଯାନ ଆରମ୍ଭ କରି ଦେଶର ୨୫୪ ଜିଲ୍ଲାକୁ ଟାର୍ଗେଟରେ ରଖିଛନ୍ତି । ଜଳ ସମସ୍ୟାରେ ଘାଣ୍ଟି ହେଉଥିବା ସମସ୍ତ ଜିଲ୍ଲାକୁ ସରକାରୀ ଅଧିକାରୀଙ୍କୁ ପଠାଯାଇଛି । ସମସ୍ତ ସେହି ଜିଲ୍ଲା ଗୁଡ଼ିକରେ ଅଧିକାରୀମାନେ ଉପସ୍ଥିତ ରହି ଭୂତଳ ଜଳର ପତନ ମାପିବେ । ଆଉ ତା’ପରେ ଆରମ୍ଭ ହେବ ଜଳ ସଂରକ୍ଷଣ ମିଶନ ।

ବର୍ଷା ପାଣିକୁ କିପରି ସଂରକ୍ଷଣ କରାଯିବ ତଥା ପରେ ବ୍ୟବହାର କରିହେବ ସେଦିଗରେ ସରକାର ଚେଷ୍ଟାରତ ଅଛନ୍ତି । ଏଥିପାଇଁ ସାରା ରାଜ୍ୟରେ ବିଭିନ୍ନ ନୀତି ଲାଗୁ ହେବ । ଏଥିପାଇଁ ନୀତି ନିୟମ ଆଣିବା ସହ ଲୋକଙ୍କୁ ମଧ୍ୟ ସଚେତନ କରାଇବେ କେନ୍ଦ୍ର ସରକାର । ବିଗତ କିଛି ବର୍ଷରେ ସାରା ଦେଶରେ ଜଳ ପତ୍ତନ ତଳକୁ ତଳକୁ ଖସିଯାଉଛି । କିଛି ସ୍ଥାନରେ ତ ସୁନାଠାରୁ ମଧ୍ୟ ପାଣି ମୂଲ୍ୟ ଅଧିକ ହୋଇଗଲାଣି । ଜଳାଭାବ ବିକାଶରେ ମଧ୍ୟ ବାଧକ ସାଜିପାରେ ବୋଲି ବୁଦ୍ଧିଜୀବୀ ମାନେ ଆଶଙ୍କା କରୁଛନ୍ତି । ଭୂତ୍ତଳ ଜଳ ପତନ ଠାରୁ ତଳକୁ ଖସିଯାଇଛି । ସେଥିପାଇଁ ଜଲ ସମସ୍ୟା ଉଭା ହୋଇଛ । ପାଣି ପାଇଁ ଦେଶରେ ବିଭିନ୍ନ ସ୍ଥାନରେ ଆନ୍ଦୋଳ ମଧ୍ୟ ଆରମ୍ଭ ହୋଇଗଲାଣି ।