ବର୍ଦ୍ଧିିତ ମହଙ୍ଗା ଭତ୍ତା ବାତିଲ୍ : କରୋନା ସଙ୍କଟ ମଧ୍ୟରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି, ୨୦୨୧ ଜୁଲାଇ ଯାଏଁ ମିଳିବନି ମହଙ୍ଗା ଭତ୍ତା

989

କନକ ବ୍ୟୁରୋ : କରୋନା ସଙ୍କଟ ଦେଶର ଅର୍ଥବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପକାଇଛି । ଏହାରି ଭିତରେ କେନ୍ଦ୍ର ସରକାର ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ୨୦୨୧ ଜୁଲାଇ ଯାଏଁ କେନ୍ଦ୍ର କର୍ମଚାରୀଙ୍କ ବର୍ଦ୍ଧିତ ମହଙ୍ଗା ଭତ୍ତା ଉପରେ କଟକଣା ଜାରି କରାଯାଇଛି । ଏହି ନିଷ୍ପତତ୍ତ ଦ୍ୱାରା ୨୦୨୦ ଜାନୁଆରୀରୁ ୩୦ ଜୁନ ୨୦୨୧ ଯାଏଁ କୌଣସି ଭତ୍ତା ଦିଆଯିବନାହିଁ । କେନ୍ଦ୍ର ସରକାରଙ୍କ ପେନସନଭୋଗୀଙ୍କ ଉପରେ ମଧ୍ୟ ଏହି ନିର୍ଦ୍ଦେଶନାମା ଜାରି ହେବ ।

ଗତମାସରେ କେନ୍ଦ୍ର କ୍ୟାବିନେଟରେ ୪ ପ୍ରତିଶତ ମହଙ୍ଗା ଭତା ବଢାଇବା ନେଇ ନିଷ୍ପତି ହୋଇଥିଲା । ଫଳରେ ସେମାନଙ୍କ ମହଙ୍ଗା ଭତା ୧୭ ପ୍ରତିଶତରୁ ବଢି ୨୧ ପ୍ରତିଶତ ହୋଇଥିଲା । କିନ୍ତୁ କରୋନା ଯୋଗୁଁ ସୃଷ୍ଟି ହୋଇଥିବା ସ୍ଥିତିରେ କେନ୍ଦ୍ର ସରକାର ଏହି ବଢିଥିବା ମହଙ୍ଗା ଭତା ନଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି ।