କୃଷକଙ୍କୁ ମୋଦି ସରକାର ବଡ଼ ଉପହାର : ବଢିପାରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ

39

କନକ ବ୍ୟୁରୋ : କୃଷକମାନେ ଦେଶର ମେରୁଦଣ୍ଡ ସଦୃଶ । କୃଷିରେ ଗୋଟିଏ ବଡ ଧରଣର ଅଭିବୃଦ୍ଧି ପାଇଁ ଅନେକ ପଦକ୍ଷେପ ନିଆଯାଇଛି । କଠିନ ପରିଶ୍ରମ କରି କୃଷକମାନେ ଦେଶକୁ ଖାଦ୍ୟ ଯୋଗାଉଛନ୍ତି । କିନ୍ତୁ ସେମାନଙ୍କ ପେଟ ଅପୋଷା ରହୁଛି । ପରିଶ୍ରମ ଅଧିକ ହେଉଛି ଫଳ କିନ୍ତୁ ଖୁବ କମ ମିଳୁଛି । ଉଚିତ୍ ମୂଲ୍ୟ ନମିଳିବା ଯୋଗୁଁ ନିଜ ଘର ଚଳାଇବା ପାଇଁ ତାଙ୍କ ପାଇଁ କଷ୍ଟକର ହୋଇପଡ଼ୁଛି । ଚାଷ ପାଇଁ କୃଷକମାନେ ବ୍ୟାଙ୍କ ହେଉ କିମ୍ବା ମହାଜନଙ୍କ ଠାରୁ ଋଣ ଆଣୁଛନ୍ତି । ଅଦିନିଆ ବୃଷ୍ଟି, ରୋଗପୋକ ଲାଗି କୃଷକ ମାନଙ୍କୁ ଉଚିତ ମୂଲ୍ୟ ମିଳିପାରୁ ନାହିଁ । ଶେଷର ଅନ୍ୟଉପାୟ ନପାଇ ଆତ୍ମହତ୍ୟାର ବାଟ ବାଛିନେଉଛନ୍ତି କୃଷକ ।

ତେବେ ଆଗକୁ କୃଷକମାନେ ଆଉ ଏପରି ଚରମ ପଦକ୍ଷେପ ନେବେ ନାହିଁ । ଋଚ୍ଚବୋଝ ହେବ କ ରୋଗପୋକ ଆଉ କୃଷକଙ୍କୁ ଡରାଇପାରିବେ ନାହିଁ । କୃଷକଙ୍କୁ ମିଳିବ ଉଚିତ ଦାମ୍ । କୃଷକଙ୍କୁ ସରକାର ବଡ଼ ଉପହାର ଦେଇପାରନ୍ତି । କପା ଚାଷୀ, ଧାନ ଚାଷୀ ଓ ଡାଲି ତେଲ ଫସଲ ସର୍ବନିମ୍ନ ସହାୟକ ମୂଲ୍ୟ ୧୫୦ ଗୁଣ ବଢ଼ାଇ ପାରନ୍ତି । ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ବଜେଟରେ ଏହାର ଘୋଷଣା କରିଛନ୍ତି । ରିପୋର୍ଟ ଅନୁସାରେ ଏନେଇ ସରକାର ଆସନ୍ତାକାଲି ନିଷ୍ପତ୍ତି ନେଇପାରନ୍ତି । ଏହା ପୂର୍ବରୁ ଆସିଥିବା ରିପୋର୍ଟ ଅନୁସାରେ ସରକାର ଧାନ ଓ ଖରିଫ ଫସଲର ମଧ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ାଇ ପାରନ୍ତି । ତେବେ ଏନେଇ ପୂର୍ବରୁ କ୍ୟାବିନେଟକୁ ପ୍ରସ୍ତାବ ପଠାଯାଇଥିଲା ।

ଏହା ପୂର୍ବରୁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶ, ପଞ୍ଜାବ, ମହାରାଷ୍ଟ୍ର ଓ କର୍ଣ୍ଣାଟକର ଆଖୁ ଚାଷୀଙ୍କ ସହ ସାକ୍ଷାତ କରିଥିଲେ । ଆଉ ଏହି ସମୟରେ କୃଷକଙ୍କ ସମସ୍ୟା ଦୂର କରିବା ପାଇଁ ଆଶ୍ୱାସନା ମଧ୍ୟ ଦେଇଥିଲେ । ଆଉ ମୋଦି କହିଥିଲେ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ୧୫୦ ପ୍ରତିଶତ କରାଯିବ  । ମୋଦି କହିଛନ୍ତି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ୧୫୦ ପ୍ରତିଶତ ବୃଦ୍ଧି ହେବା ପରେ ଆମଦାଦୀ ବଢ଼ିବ ।