ବଲାଙ୍ଗୀରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ! ୧୫୪୫ କୋଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେବେ ମୋଦି

96

କନକ ବ୍ୟୁରୋ : ବଲାଙ୍ଗୀରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁ ସେନାର ସ୍ୱତନ୍ତ୍ର ବିମାନ ଯୋଗେ ବଲାଙ୍ଗୀରରେ ପହଞ୍ଚିଛନ୍ତି ମୋଦି । କାର୍ଯ୍ୟକ୍ରମରେ ଯୋଗଦେବେ ମୋଦିପ୍ରଧାନମନ୍ତ୍ରୀଙ୍କୁ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ପ୍ରଧାନମନ୍ତ୍ରୀ ୧୫୪୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ପ୍ରଥମେ ରେଳଷ୍ଟେସନ ନିକଟରେ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ । ସେଠାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ପରେ ପଚରଚେପାଠାରେ ଦଳୀୟ ସଭାକୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ଏଥିପାଇଁ ରେଳବିଭାଗ, ଜିଲ୍ଳା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ରେଳ ଷ୍ଟେସନଠାରୁ ସଭାମଂଚ ଯାଏ ହେବାକୁ ଥିବା କାର୍ଯ୍ୟକ୍ରମ ସ୍ଥଳରେ ସୁରକ୍ଷା ବ୍ୟବସ୍ଥାକୁ ତନ ତନ କରି ଯାଂଚ କରାଯାଇଛି । ବଲାଙ୍ଗୀରରେ ଲକ୍ଷାଧିକ ଲୋକଙ୍କ ସମାଗମ କରି ମୋଦିଙ୍କ ଗସ୍ତକୁ ସଫଳ କରିବା ଲାଗି ରାଜ୍ୟ ବିଜେପି ଜୋରଦାର ଉଦ୍ୟମ କରୁଛି । ଭୁବନେଶ୍ୱର, ବାରିପଦା ସଭାରେ ଅପେକ୍ଷାକୃତ ନରମ ଆଭିମୁଖ୍ୟ ରଖିଥିବା ମୋଦି ଆଜି କିଭଳି ଆଭିମୁଖ୍ୟ ପ୍ରକାଶ କରୁଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି ।

ହିନ୍ଦୀ ହାର୍ଟ ଲାଣ୍ଡରେ ବିଜେପିର ହାର୍ଟ ବ୍ରେକ୍ ହେବା ପରେ ମୋଦିଙ୍କ ଏହି ଗସ୍ତ ବେଶ ଗୁରୁତ୍ୱ ରଖୁଛି । କାରଣ ଆଉ ମାସ କେଇଟା ପରେ ସାଧାରଣ ନିର୍ବାଚନ । ୩ଟି ରାଜ୍ୟରୁ ଶାସନ ଭାର ଯିବା ପରେ ଏବେ ପୂର୍ବଭାରତ ଉପରେ ବିଜେପିର ନଜର । ପୂର୍ବାଂଚଳରେ ନିିଜ ଶକ୍ତି ଶକ୍ତି ବୃଦ୍ଧି କରିବା ପାଇଁ ଚାହୁଁଛି ଭାରତୀୟ ଜନତା ପାର୍ଟି । ଆଉ ଏଥିରେ ବିଜେପିର ପ୍ରଥମ ଟାର୍ଗେଟରେ ରହିଛି ଓଡ଼ିଶା । କାରଣ ଏଠାରେ ଲୋକସଭା ନିର୍ବାଚନ ସହ ବିଧାନସଭା ନିର୍ବାଚନ ହେବାର ଅଛି ।

ଓଡ଼ିଶା ଅକ୍ତିଆର କରିବା ପାଇଁ ପ୍ରଧାନମମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ମାସରେ ୩ ଥର ଓଡ଼ିଶା ଗସ୍ତରେ ଆସିଛନ୍ତି । ଓଡ଼ିଶାରେ ମୋଟ୍ ଲୋକସଭା ସିଟ୍ ସଂଖ୍ୟା ୨୧ । ଏଠାରୁ ଅଧଟ୍ରୁ ଅଧିକ ସିଟ୍ ହାସ ପାଇଁ ବିଜେପି ଚେଷ୍ଟା କରୁଛି । ୨୦୧୪ ଲୋକସଭା ନିର୍ବାଚନରେ ୨୦ ସିଟରେ ବିଜେଡ଼ିକୁ ଓ ବିଜେପିକୁ ମିଳିଥିଲା ମାତ୍ର ଗୋଟିଏ ସିଟ୍ । ୨୦୧୪ରେ ଶିବ ନଗରୀ ବାରାଣାସୀରୁ ନିର୍ବାଚନ ଲଢ଼ିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ଥର ପୁରୀରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି ଶୁଣିବାପାଇଁ ମିଳୁଛି । ବିଗତ କିଛି ଦିନ ଭିତରେ ମିଡ଼ିଆ ରିପୋର୍ଟ ଓ ବୟାନରୁ ସଙ୍କେତ ମିଳୁଛି ମୋଦି ପୁରୀରୁ ନିର୍ବାଚନ ଲଢ଼ିପାରନ୍ତି ।