ରାମ ମନ୍ଦିର ପାଇଁ ଟ୍ରଷ୍ଟ ଗଠନ : କେନ୍ଦ୍ର କ୍ୟାବିନେଟ ବୈଠକରେ ମିଳିଳା ମଂଜୁରୀ,ଲୋକସଭାରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ

531

କନକ ବ୍ରୁରୋ : ରାମ ମନ୍ଦିର ନେଇ ଗଠନ ହେଲା ଟ୍ରଷ୍ଟ ବୋର୍ଡ । କେନ୍ଦ୍ର ସରକାର ରାମ ମନ୍ଦିର ଟ୍ରଷ୍ଟ ଗଠନ କରିଛନ୍ତି  । କେନ୍ଦ୍ର କ୍ୟାବିନେଟ ବୈଠକରେ ମଂଜୁରୀ ମିଳିଛି । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନିମନ୍ତେ ଟ୍ରଷ୍ଟ୍ ଗଠନ କଥା ବୁଧବାର ଦିନ ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି। । କମିଟିରେ ୧୨ ଜଣ ସଦସ୍ୟ ରହିବେ । ସୁପ୍ରିମକୋର୍ଟ ରାମମନ୍ଦିର ମାମଲାରେ ରାୟ ଦେବାର  ୮୭ ଦିନ ପରେ ଟ୍ରଷ୍ଟ ଗଠନ ହୋଇଛି । ଟ୍ରଷ୍ଟର ନାଁ ରହିଛି ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଟ୍ରଷ୍ଟ ଗଠନ ହେବ । ଏହି ଟ୍ରଷ୍ଟ ଭବ୍ୟ ମନ୍ଦିର ନିର୍ମାଣ ନେଇ ନିଷ୍ୱତି ନେବ । ୬୩ ଦଶମିକ ୦୩ ଏକର ଜମି ଟ୍ରଷ୍ଟକୁ ଟ୍ରାନ୍ସଫର କରାଯିବ ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ଘୋଷଣା କରିଛନ୍ତି, ଅଯୋଧ୍ୟା ମାମଲାରେ ସୁପ୍ରିମ୍ କୋର୍ଟଙ୍କ ନିର୍ଦେଶମତେ ସୁନ୍ନି ଓ୍ଵାକଫ୍ ବୋର୍ଡକୁ ୫ ଏକର ଜମି ଦେବା ନିମନ୍ତେ ଉତ୍ତର ପ୍ରଦେଶ ସରକାର ରାଜି ହୋଇଛନ୍ତି । ଗଣତାନ୍ତ୍ରିକ ପ୍ରକ୍ରିୟାରେ ଜନସାଧାରଣଙ୍କ ବିଶ୍ୱାସକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ଦୀର୍ଘ ଦିନର ଆଇନଗତ ସଂଘର୍ଷ ଦେଇ ଗତି କରିଥିବା ଏହି ମାମଲା ଗଣତାନ୍ତ୍ରିକ ପ୍ରକ୍ରିୟାରେ ପରୀକ୍ଷିତ ବୋଲି ସେ କହିଛନ୍ତି । ରାମ ଜନ୍ମଭୂମି ମାମଲାର ରାୟ ପ୍ରକାଶ ପାଇବା ପରେ ଭାରତବାସୀ ଗଣତାନ୍ତ୍ରିକ ପ୍ରକ୍ରିୟା ଏବଂ ପଦ୍ଧତିରେ ଉଲ୍ଲେଖଯୋଗ୍ୟ ବିଶ୍ୱାସ ପ୍ରଦର୍ଶନ କରିଥିଲେ। ଏଥିପାଇଁ ୧୩୦ କୋଟି ଭାରତବାସୀଙ୍କୁ ଅଭିବାଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ।