ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଲାଞ୍ଚ ଯାଚୁଛି ଶାସକ ଦଳ ! ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଥିବା ଅଭିଯୋଗରେ ବିଜେଡ଼ି ଉପରେ ବର୍ଷିଲା ବିଜେପି

108

କନକ ବ୍ୟୁରୋ : ରାଜ୍ୟରେ ଶାସକ ଦଳ ଭୋଟ ପାଇଁ ଲାଞ୍ଚ ଯାଚୁଛି ବୋଲି ଅଭିଯୋଗ କରିଛି ବିଜେପି । ବିଜୁ ଜନତା ଦଳ ଖୋଲାଖୋଲି ଭାବେ ଆଦର୍ଶ ଆଚରଣ ବିଧିିର ଉଲ୍ଲଂଘନ କରୁଛି । ଗତକାଲି କଟକ ଜିଲ୍ଲାର ସାଲେପୁର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ତରଫରୁ ନିର୍ବାଚନୀ ସଭା ଆୟୋଜିତ ହୋଇଥିଲା । ସେହି ସଭାରେ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇଥିଲେ । ସେଠାରେ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ସେ ନୋଟର ପ୍ରଲୋଭନ ଦେଇଥିଲେ ବୋଲି ବିଜେପି ଉପସଭାପତି ସମୀର ମହାନ୍ତି ଅଭିଯୋଗ କରିଛନ୍ତି ।

ବର୍ତ୍ତମାନ ସମୟରେ ବିଜୁ ଜନତା ଦଳ ଭିତରେ ଅର୍ନ୍ତଦ୍ୱନ୍ଦ ଲାଗିରହିଛି । ଆଉ ସେତିକିବେଳେ ଭୋଟରଙ୍କୁ ଲାଂଚ ଦେଇ ପ୍ରଭାବିତ କରିବା ପାଇଁ ଉଦ୍ୟମ କରୁଛି ବିଜୁ ଜନତା ଦଳ । ଗୋଟିଏ ପଞ୍ଚାୟତରେ ବିଜୁ ଜନତା ଦଳ ସର୍ବାଧିକ ଭୋଟ ପାଇଲେ ୩୫ ଲକ୍ଷ ଟଙ୍କା ଓ ବୁଥରେ ସର୍ବାଧିକ ଭୋଟ୍ ପାଇଲେ ୧୫ ଲକ୍ଷ ଟଙ୍କା ଦେବ ବୋଲି ଘୋଷଣା କରିଛନ୍ତି ପ୍ରତାପ ଜେନା । ଏହା ପୂରା ସାଲେପୁର ନିର୍ବାଚନ ମଣ୍ଡଳୀରେ ଲାଗୁ ହେବ ବୋଲି ମନ୍ତ୍ରୀ  କହିଛନ୍ତି । ଏହାବ୍ୟତୀତ ସଭାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ମୋବାଇଲ ଫୋନ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ମନ୍ତ୍ରୀ ପ୍ରତାପ ଜେନା ଭାଷଣ ଦେବା ସମୟରେ ମୋବାଇଲ ଓ କ୍ୟାମେରା ରେକର୍ଡିଂକୁ ବାରଣ କରିଥିଲେ ମନ୍ତ୍ରୀ ପ୍ରତାପ ଜେନା ।

ସମୀର ମହାନ୍ତି କହିଛନ୍ତି ପ୍ରତାପ ଜେନା ନିର୍ବାଚନ ଆଦର୍ଶ ଆଚରଣ ବିଧିର ଘୋର ଉଲ୍ଲଂଘନ କରିଛନ୍ତି । ଭୋଟ ପାଇଁ ଲାଂଚ ଯାଚୁଥିବା ଯୋଗୁଁ ପ୍ରଚଳିତ ବିଧି ବ୍ୟବସ୍ଥା ଅନୁସାରେ ଦଣ୍ଡିତ ହେବା ଦରକାର । ଏ ବିଷୟରେ ନିର୍ବାଚନ କମିସନ ଜଣାଇବୁ ବୋଲି କହିଛନ୍ତି ସମୀର ମହାନ୍ତି । ସାଲେପୁର ଥାନାରେ କସ୍ କରାଯିବ । ପ୍ରତାପ ଜେନାଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯିବ । ପ୍ରତାପଙ୍କ ନିର୍ବାଚନ ଲଢିବା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଗଣମାଧ୍ୟମରେ ଦାବି କରିଛନ୍ତି ସମୀର ମହାନ୍ତି । ସଭାରେ ଭୋଟ ପାଇଁ ମନ୍ତ୍ରୀଙ୍କ ଲାଂଚ୍ ଯାଚିବାକୁ ଦୃଢ ନିନ୍ଦା କରି ବର୍ଷିଛି ବିଜେପି । ଏହା ବିଜେଡିର ଅସହାୟତା ପ୍ରଦର୍ଶନ କରୁଛି ବୋଲି କହିଛନ୍ତି ସମୀର ମହାନ୍ତି ।