ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ : ନିର୍ବାଚନ କମିସନଙ୍କ ନିକଟରେ ଫେରାଦ ହେଲେ ଉଭୟ ବିଜେଡ଼ି ଓ ବିଜେପି

139

କନକ ବ୍ୟୁରୋ : ନିର୍ବାଚନ ତାରିଖ ଘୋଷଣା ହେବା ପରଠାରୁ ସାରା ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଯାଇଛି । ତେବେ ଏସବୁ ଭିତରେ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଯାଇଛି ଆରୋପ ପ୍ରତ୍ୟାରୋପର ପର୍ବ । ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ନେଇ ଶାସକ ଦଳ ଓ ବିଜେପି ଉଭୟ ନିର୍ବାଚନ କମିସନଙ୍କ ନିକଟରେ ଅଭିଯୋଗ କରିଛନ୍ତି । କେନ୍ଦ୍ର ଓ ଦୂରଦର୍ଶନ ବିରୋଧରେ ନିର୍ବାଚନ କମିସନଙ୍କ ନିକଟରେ ଫେରାଦ ହୋଇଛି ବିଜେଡ଼ି । ଅନ୍ୟପଟେ ଆଇପିଏସ୍ ଆଶିସ ସିଂଙ୍କ ବଦଳି ଦେଇ ନିର୍ବାଚନ କମିସନଙ୍କୁ ଗୁହାରୀ କରିଛି ବିଜେପି ।

ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ବିଜେପି ବିରୋଧରେ ନିର୍ବାଚନ କମିସନଙ୍କ ନିକଟରେ ଫେରାଦ ହୋଇଛି ବିଜେଡ଼ି । ୧୧ ମାର୍ଚ୍ଚ ୨୦୧୯ରେ ଆଚରଣ ବିଧି ଲାଗୁ ହୋଇଥିଲେ ହେଁ କେନ୍ଦ୍ର ସରକାର ପେଟ୍ରୋଲିୟମ ଓ ପ୍ରାକୃତିୟକ ଗ୍ୟାସ ମନ୍ତ୍ରାଳୟର ଅନେକ ହୋର୍ଡ଼ ଏବେ ବି ଲାଗିଛି । ସେଠାରେ ଏବେ ବି କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମ ଓ ପଲିସି ଗୁଡ଼ିକର ପ୍ରସାର ପ୍ରଚାର ଚଳାଇଛନ୍ତି । ସର୍ବସାଧାରଣ ସ୍ଥାନରେ, ରେଲୱେ ଷ୍ଟେସନରେ ଓ ବିମାନବନ୍ଦରେ ପାଖରୁ କଡ଼ାଯାଇନାହିଁ । ୧୧ ତାରିଖରେ ଏନେଇ ଆମେ ଫେରାଦ ହୋଇଥିଲା ବିଜେଡ଼ି । ହେଲେ ୯ ଦିନ ବିତି ଯାଇଥିଲେ ହେଁ ଆଜିଯାଏଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।

ଅନ୍ୟପଟେ ଦୂରଦର୍ଶନ ବିରୋଧରେ ମଧ୍ୟ ବିଜେଡ଼ି ଆଣିଛି ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ । କ୍ରମାଗତ ଭାବେ ବିଜୁ ଜନତା ଦଳର କାର୍ଯ୍ୟକ୍ରମକୁ ଚଳାଉନାହିଁ ଦୂରଦର୍ଶନ ଚ୍ୟାନେଲ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ସମକ୍ଷରେ ଥିବା କାର୍ଯ୍ୟକ୍ରମର ପ୍ରଚାର ପ୍ରସାର କରୁଛି । ଏନେଇ ତୁରନ୍ତ ତଦନ୍ତ କରି କଡ଼ା କାର୍ଯ୍ୟାନୁଷ୍ଠା ଗ୍ରହଣ କରାଯାଉ ବୋଲି ଦାବି କରିଛି ବିଜେଡ଼ି ।

ଅନ୍ୟପଟେ ବିଜେପି ମଧ୍ୟ ବିଜେଡ଼ି ବିରୋଧରେ ନିର୍ବାଚନ କମିସନଙ୍କ ନିକଟରେ ଫେରାଦ ହୋଇଛି । ଆଇପିଏସ୍ ଆଶିସ ସିଂଙ୍କ ଅଫିସ ଓ ବାସଭବନ ଏବେ ବିଜୁ ଜନତା ଦଳର ଅଫିସରେ ପରିଣତ ହୋଇଛି ବୋଲି ଅଭିଯୋଗ କରିଛି ବିଜେପି । ଆଶିସ ସଂଙ୍କ ବଦଳି ଦାବି କରିବା ସହ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛି ବିଜେପି ।