କନକ ବ୍ୟୁରୋ : ପୁରୀ ଜିଲ୍ଲା କେଉଟଜଙ୍ଗା ଗାଁରେ ସୁନାମୀ ପାଇଁ ସ୍ୱତନ୍ତ୍ର ମକଡ୍ରିଲ । ସୁନାମୀରୁ ବର୍ତ୍ତିବା ପାଇଁ ଗାଁ ଲୋକଙ୍କୁ ପ୍ରଶାସନ କଳାକୌଶଳ ଶିକ୍ଷା ଦେଇଛି । ସୁନାମୀ ହେଲେ ବର୍ତ୍ତିବେ କିପରି ? ଏନେଇ ରାଜ୍ୟ ସରକାର ବାତ୍ୟା, ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ମକଡ୍ରିଲ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଯାଇଛି । ମିଛିମିଛିକା ହେଲେ ମଧ୍ୟ ଲୋକଙ୍କୁ ସତସତିକା ବଂଚିବାର ରାହା ବତାଇ ଦିଆଯାଇଛି ।
ଆଜି ପୁରୀ ଜିଲ୍ଲାର ସବୁଠାରୁ ଅଧିକ ସୁନାମୀ ପ୍ରଭାବିତ ଅଂଚଳ କେଉଟଗଙ୍ଗାର ଗାଁରେ ମକଡ଼୍ରିଲ ଆୟୋଜିତ ହୋଇଥିଲା । ଠିକ ସକାଳ ୯.୧୧ ମିନିଟରେ ଗାଁରେ ବାଜି ଉଠିଥଲା ସାଇରନ୍ । ଆଉ ତୁରନ୍ତ ୪୦ ଟି ପରିବାରର ୧୦୦ ଜଣ ଲୋକଙ୍କୁ ସ୍ଥାନାନ୍ତର ନେଇ ଆରମ୍ଭ ହୋଇଗଲା । ପ୍ରବଳ ବର୍ଷାରେ ସମସ୍ତଙ୍କୁ ୪ କିମି ରାସ୍ତା ଅତିକ୍ରମ କରି ବାତ୍ୟା ଆଶ୍ରମସ୍ଥଳୀକୁ ଅଣାଯାଇଥିଲ । ସୁନାମୀ ସମୟରେ କିପରି ଧନ ଜୀବନ ରକ୍ଷା କରିହେବ ସେ ନେଇ ଲୋକଙ୍କୁ ପ୍ରଶାସନିକ ଅଧକାରୀମାନେ ଶିକ୍ଷା ଦେଇଥିଲେ । ସେପଟେ କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକର ତନ୍ତିଆପାଳ ବାତ୍ୟା ଆଶ୍ରୟସ୍ଥଳୀଠାରେ ମଧ୍ୟ ସୁନାମୀ ପାଇଁ ମକଡ୍ରିଲ ଆରମ୍ଭ ହୋଇଥିଲା । ସେଠାରେ ମଧ୍ୟ ଲୋକଙ୍କୁ ସଚେତନ କରାଯାଇଥିଲା । ଏବଂ ସମ୍ଭାବ୍ୟ ବିପଦ ପରିସ୍ଥିତିରେ କିପରି ଧନଜୀବନ ରକ୍ଷା କରିହେବ ସେନେଇ ଶିକ୍ଷା ଦିଆଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/12345.jpg)
/kanak/media/post_attachments/wp-content/uploads/2018/09/987-300x180.jpg)