ମହଙ୍ଗା ହେବ ମୋବାଇଲ ଫୋନ୍ : ଜିଏସଟି ଦର ୧୨ ପ୍ରତିଶତରୁ ବୃଦ୍ଧି କରି ୧୮ ପ୍ରତିଶତ କଲେ ସରକାର 

380

କନକ ବ୍ୟୁରୋ : ଆଗାମୀ ସମୟରେ ଆହୁରି ମହଙ୍ଗା ହେବ ମୋବାଇଲ୍ ଫୋନ୍ । ଜିଏସଟି କାଉନସିଲର ୩୯ ତମ ବୈଠକରେ ମୋବାଇଲ ଫୋନକୁ ୧୮ ପ୍ରତିଶତ ଟାକ୍ସ ସ୍ଲାବରେ ସାମିଲ କରାଯାଇଛି । ଆଜି ବସିଥିବା ଜିଏସଟି ପରିଷଦ ବୈଠକରେ ମୋବାଇଲ ଫୋନ ଓ ମୋବାଇଲ ଫୋନ ଯନ୍ତ୍ରାଂଶ ଉପରେ ଲାଗୁ ଜିଏସଟି ହାରକୁ ୧୨ ପ୍ରତିଶତରୁ ୧୮ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଏ ସଂପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି ।

ଜିଏସଟି ପରିଷଦର ଏହି ନିଷ୍ପତ୍ତି ଫଳରେ ଦେଶରେ ମୋବାଇଲ ଫୋନ ଦରବୃଦ୍ଧି ହେବାର ସମ୍ଭାବନା ରହିଛି ।  ଅର୍ଥମନ୍ତ୍ରୀ କହିଛନ୍ତି ଯେ ଦିଆସିଲି ଉପରେ ୧୨ ପ୍ରତିଶତ ଜିଏସଟି ଲାଗୁ ହେବ । ଅନ୍ୟପକ୍ଷରେ ୨୦୧୮-୧୯ ପାଇଁ ବାର୍ଷିକ ଜିଏସଟି ରିଟର୍ଣ୍ଣ ଫାଇଲ କରିବାର ଶେଷ ତାରିଖକୁ  ଜୁନ ୩୦ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି ।  ଏହି ଶେଷ ତାରିଖ ପରେ ଜିଏସଟି ଫାଇଲ କଲେ ଟିକସ ପରିମାଣ ଉପରେ ସୁଧ ଲାଗୁ ହେବ ।  ତେବେ ବାର୍ଷିକ ଟର୍ଣ୍ଣଓଭର ୧ କୋଟିରୁ କମ ଥିଲେ, ଲେଟ ଫି ବା ବିଳମ୍ବ ଶୁଳକ ଲାଗୁ ହେବ ନାହିଁ ।