ଗଛ ଉପରେ ମୋବାଇଲ ନେଟୱର୍କ  : ପୁରା ଗାଁ ପାଇଁ ରହିଛି ଗୋଟିଏ ମୋବାଇଲ, ଅନୁଗୁୁଳ ଦଣ୍ଡାବାହାଳ ଗାଁରୁ ଆସିଲା ବିଚିତ୍ର ଦୃଶ୍ୟ

718

କନକ ବ୍ୟୁରୋ : ଗୋଟିଏ ଗାଁକୁ ଗୋଟିଏ ମୋବାଇଲ ।  ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି,  ଏଭଳି ଗାଁ ରହିଛି ଅନୁଗୁଳ ସାତକୋଶିଆ ଅଭୟାରଣ୍ୟରେ । ଗାଁ ନାଁ ହେଉଛି ଦଣ୍ଡାବାହାଳ । ଗାଁକୁ ସବୁ ସୁବିଧା ଅଛି । ହେଲେ ନେଟୱର୍କ ନଥିବାରୁ  ମୋବାଇଲ ସେବାରୁ ବଂଚିତ ହେଉଛନ୍ତି  ଗାଁ ଲୋକେ । ଦାମୀ ଆଣ୍ଡ୍ରଏଡ ବି ପିଲାଙ୍କ ଖେଳନା ସାଜିଛି ।  ଆଉ ଲୋକଙ୍କ ବିକଳ୍ପ ସାଜିଛି  ବସନ୍ତ ରାଉତଙ୍କ ଫିଚର ଫୋନ ।  କାହା ସହ କଥା ହେବାକୁ ହେଲେ ଲୋକଙ୍କୁ ଗାଁ ଠାରୁ  ୫ କିଲୋମିଟର ଦୂରକୁ ଯିବାକୁ ପଡୁଛି ।

ଗାଁ  ନିକଟସ୍ଥ ବଉଳ ଗଛ ନିକଟରେ  ଏକ ଘରୋଇ କମ୍ପାନୀର ନେଟୱର୍କ କେବଳ ସେହି ଫୋନରେ ଆସୁଛି ।  ଆଉ ଏଥିପାଇଁ ଫିଚର ଫୋନକୁ ଗଛରେ ଝୁଲାଇ ରଖିବାକୁ ପଡୁଛି ।  ବସନ୍ତ ବାବୁ ଏହି ଫୋନ କିଣିବା ପରଠୁ ଗାଁ ଲୋକଙ୍କ ସୁବିଧା ଲାଗି ଭୋଟ ୪ଟାରୁ ରାତି ୯ଟା ଯାଏଁ ଗଛରେ ମୋବାଇଲ ଫୋନ ଝୁଲାଇ ରଖୁଛନ୍ତି ।  ସବୁ ସୂଚନା ପାଇଁ ଏହି ମୋବାଇଲ ଫୋନ ପାଲଟିଛି ମାଧ୍ୟମ  ।