ଓଡିଶା ଶୁଭିଲା ଦିଲ୍ଲୀ କାନ୍ଦ । କରୋନାରେ ସ୍ୱାମୀଙ୍କ ମୃତ୍ୟୁ ପରେ କେନ୍ଦ୍ରାପଡା ଫେରାଇ ଆଣିବାକୁ ଗୁହାରୀ କରିଥିଲେ ସ୍ତ୍ରୀ ଓ ପିଲା । ୧୦ ହଜାର ଟଙ୍କାର ସହାୟତା ଦେଲେ ବିଧାୟକ । ବିମାନରେ ଓଡିଶା ଫେରାଇ ଆଣିବାକୁ କରିବେ ବନ୍ଦୋବସ୍ତ ।

557

କନକ ବ୍ୟୁରୋ : ଦିଲ୍ଲୀରେ ଫସିଥିବା ଦାଦନଙ୍କ ଦୁଃଖ ଶୁଣିଲେ ସରକାର । କରୋନାରେ ସ୍ୱାମୀଙ୍କ ମୃତ୍ୟୁ ପରେ ଦିଲ୍ଲୀରୁ କେନ୍ଦ୍ରାପଡା ଫେରାଇ ଆଣିବାକୁ ଗୁହାରି କରିଥିଲେ ସ୍ତ୍ରୀ ଓ ପିଲା । ଏହା ପରେ ସ୍ଥାନୀୟ ବିଧାୟକ ଅତନୁ ସବ୍ୟସାଚୀ ନାୟକ ମହିଳାଙ୍କୁ ୧୦ ହଜାର ଟଙ୍କାର ସହାୟତା ପ୍ରଦାନ କରିବା ସହ ବିମାନରେ ଓଡିଶା ଫେରାଇ ଆଣିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ପଟେ ଗାଁରେ ଥିବା ବୃଦ୍ଧ ବାପା ମାଙ୍କ ପାଖରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ପକ୍ଷରୁ ୧୦ ହଜାର ଟଙ୍କାର ସହାୟତା ଦିଆଯାଇଛି । ଲକଡାଉନ ପାଇଁ ଦିଲ୍ଲୀରେ ଫସି ରହିଥିଲେ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ହାତିଆ ଗାଁର ରଞ୍ଜନ ସାହୁ ।

ଦୀର୍ଘ ୨୦ ବର୍ଷ ହେବ ଦିଲ୍ଲୀରେ ପାଇପ ମିସ୍ତ୍ରୀ ଭାବେ କାମ କରୁଥିଲେ ରଞ୍ଜନ । କାମଧନ୍ଦା ବନ୍ଦ ଥିବାରୁ ବହୁ ଦୁଃଖେ କଷ୍ଟେ ସ୍ତ୍ରୀ ଓ ଦୁଇ ପିଲାଙ୍କୁ ନେଇ ଦିଲ୍ଲୀରେ ରହୁଥିଲେ ରଞ୍ଜନ । ହେଲେ ଗତ ଦୁଇ ଦିନ ତଳେ ଦେହ ଅସୁସ୍ଥ ପରେ କରୋନାରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସ୍ପଷ୍ଟ କରିଥିଲେ । ଆଉ ରଞ୍ଜନ ଆଖିବୁଜିବା ପରେ ଏବେ ଭାଙ୍ଗିପଡିଛନ୍ତି ତାଙ୍କ ସ୍ତ୍ରୀ ଓ ଦୁଇ କଅଁଳା ପିଲା ।ୟ ସ୍ୱାମୀ ଚାଲିଯିବା ପରେ କେମିତି ଦୁଇ ପିଲାଙ୍କୁ ଧରି ଓଡିଶା ଫେରିବେ କାନ୍ଦି କାନ୍ଦି ନେହୁରା ହୋଇଛନ୍ତି ରଞ୍ଜନଙ୍କ ସ୍ତ୍ରୀ । ତେବେ ବାପ ଛେଉଣ୍ଡ ହେବା ପରେ ଅସହାୟ ମାଆକୁ ଦେଖି ନିଜକୁ ବୁଝାଇ ପାରୁନାହାନ୍ତି ଦୁଇ ଭାଇ ଭଉଣୀ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.