ଏମ.ଜେ. ଆକବରଙ୍କ ସପକ୍ଷରେ ବାହାରିଲେ ପତ୍ନୀ ମଲ୍ଲିକା :କହିଲେ ପଲ୍ଲବୀଙ୍କ ପାଇଁ ପରିବାରରେ ଉଠିଥିଲା ଝଡ, ତାଙ୍କ ଉପସ୍ଥିତିରେ ମଧ୍ୟ ପ୍ରକାଶ କରୁଥିଲେ ଦୁର୍ବଳତା

115

କନକ ବ୍ୟୁରୋ : ବିଜେପି ନେତା ଏମଜେ ଆକବରଙ୍କ ବିରୋଧରେ ସାମ୍ବାଦିକା ପଲ୍ଲବୀ ଗୋଗୋଇ ଯୌନ ଶୋଷଣ ଅଭିଯୋଗ ଆଣିବା ପରେ ସ୍ୱାମୀଙ୍କ ସମର୍ଥନରେ ବାହାରିଛନ୍ତି ପତ୍ନୀ ମଲ୍ଲିକା  । ସେ କହିଛନ୍ତି ପଲ୍ଲବୀ ଆକବରଙ୍କ ସମ୍ପର୍କରେ ଡାହା ମିଛ କହୁଛନ୍ତି । ପଲ୍ଲବୀଙ୍କ ଆଚରଣ ଅତ୍ୟନ୍ତ ବିଶୃଙ୍ଖଳିତ ଥିଲା । ଏବଂ ସେ ତାଙ୍କ ପରିବାରରେ ବିବାଦ ସୃଷ୍ଟି କରିଥିଲେ ବୋଲି ମଲ୍ଲିକା କହିଛନ୍ତି ।  ୨୦ ବର୍ଷ ତଳେ ପଲ୍ଲବୀ ତାଙ୍କ ପରିବାର ପାଇଁ ଦୁଃଖର ଓ ସମସ୍ୟାର କାରଣ ହୋଇଥିବାରୁ ସେମାନଙ୍କ ମଧ୍ୟରେ ସହମତି ଭିତରେ ସମ୍ପର୍କ ତୁଟିଥିଲା ।

ପଲ୍ଲବୀ ତାଙ୍କ ଘରକୁ ବାରମ୍ବାର ଆସୁଥିଲେ ବୋଲି ମଲ୍ଲିକା କହିଛନ୍ତି । ସାମ୍ବାଦିକା ପଲ୍ଲବୀ ଗୋଗଇ ୱିସିଂଟନ ପୋଷ୍ଟରେ ଏକ ରିପୋର୍ଟ ଲେଖି ଏମଜେ ଆକବର ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଥିଲେ । ସେ କହିଥିଲେ ୨୩ ବର୍ଷ ତଳେ ଏସିଆନ ଏଜରେ କାର୍ଯ୍ୟ କରିବାବେଳେ ଆକବର ତାଙ୍କୁ ଦୁଷ୍କର୍ମ କରିଥିଲେ । ଆକବର ତାଙ୍କ ସଫେଇରେ କହିଛନ୍ତି ଯେ ୧୯୯୪ରେ ପଲ୍ଲବୀଙ୍କ ସହିତ ସହମତିରେ ଥିଲା ସମ୍ପର୍କ । ଏବଂ ପରବର୍ତ୍ତି ସମୟରେ ଏହା ତାଙ୍କ ପରିବାର ପାଇଁ ସମସ୍ୟା ସୃଷ୍ଟି କରିବାରୁ ସେ ସହମତିରେ ହିଁ ଏଥିରୁ ଓହରି ଯାଇଥିଲେ । ମିଠୁ ଅଭିଯାନରେ ସାମିଲ ହୋଇ ଆକବରଙ୍କ ବିରୋଧରେ ୧୨ଜଣ ମହିଳା ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।