ମିଶନ କର୍ଣ୍ଣାଟକ ! ଆଜି ଭିଡିଓ କନଫେରନ୍ସିଂରେ ବିଜେପି ନେତାଙ୍କ ସହ ଆଲୋଚନା କରିବେ ମୋଦି

53

କନକ ବ୍ୟୁରୋ : ମିଶନ କର୍ଣ୍ଣାଟକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ସଭାପତି ରାହୁଲ ଗାନ୍ଧି । ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ସରଗରମ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକର ସମସ୍ତ ପ୍ରାର୍ଥୀଙ୍କ ସହ ଆଜି ଆଲୋଚନା କରିବେ । ଦିଲ୍ଲୀରୁ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଏହି କଥାବାର୍ତ୍ତା ହେବ । ଏଥିରେ ଦଳର ପଦାଧିକାରୀ, କର୍ମକର୍ତା ବି ସାମିଲ ହେବେ । ସମସ୍ତଙ୍କୁ ମୋଦି ନିର୍ବାଚନ ଜିତିବାର ଗୁରୁମନ୍ତ୍ର ଦେବେ । କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପିର ପ୍ରଚାର ଅଭିଯାନର ମଙ୍ଗ ଧରିବେ ପ୍ରଧାନମନ୍ତ୍ରୀ ମୋଦି ।  ମେ ୧ରୁ ଆରମ୍ଭ କରିବେ ପ୍ରଚାର ଅଭିଯାବ । ମେ ୧ରେ ଉପୁଡ଼ିଯାଇ ସେଠାର ଶ୍ରୀକୃଷ୍ଣ ମଠ ଯିବାର କାର୍ଯ୍ୟକ୍ରମ ରହିଛିା ଏହାପରେ ସେ ଜନସଭାରେ ଲୋକଙ୍କୁ ସମ୍ମୋନ୍ଧିତ କରିବେ ।

ସେପଟେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ମଧ୍ୟ ଆଜି ଦୁଇଦିନିଆ କର୍ଣ୍ଣାଟକ ଗସ୍ତରେ ଯାଉଛନ୍ତି । କାଲି ସେ ବେଙ୍ଗାଲୁରୁରେ ଦଳର ଘୋଷଣାପତ୍ର ଜାରି କରିବେ । କର୍ଣ୍ଣାଟକରେ ଆସନ୍ତାମାସ ୧୨ ତାରିଖରେ ବିଧାନସଭା ନିର୍ବାଚନ ହେଉଛି । ରାଜ୍ୟରେ କଂଗ୍ରେସ, ବିଜେପି ଓ ଜେଡିଏସ ମଧ୍ୟରେ ତ୍ରିମୁଖୀ ଲଢେଇ ହେବ । ଅଧିକାଂଶ ସର୍ଭେରେ ରାଜ୍ୟରେ ଝୁଲା ବିଧାନସଭା ହେବ ବୋଲି ପୂର୍ବାନୁମାନ କରାଯାଇଛି । ରାଜ୍ୟରେ ଏବେ କଂଗ୍ରେସର ସିଦ୍ଧରମୈୟା ସରକାର କ୍ଷମତାର ଅଛନ୍ତିି ।