ଗଗନଯାନକୁ ନେଇ ଆସିଲା ଖୁସି ଖବର : ପ୍ରଥମ ପର୍ଯ୍ୟାୟ ମହାକାଶ ଯାତ୍ରୀ ଚୟନ ଶେଷ

Advertisment
ଗଗନଯାନକୁ ନେଇ ଆସିଲା ଖୁସି ଖବର : ପ୍ରଥମ ପର୍ଯ୍ୟାୟ ମହାକାଶ ଯାତ୍ରୀ ଚୟନ ଶେଷ

https://www.sirfnews.com

କନକ ବ୍ୟୁରୋ : ଗଗନଯାନକୁ ନେଇ ଆସିଛି ଖୁସି ଖବର । ମିଶନ ଗଗନଯାନ ପାଇଁ ପ୍ରାଥମିକ ପରୀକ୍ଷାରେ ପାସ୍ କରିଛନ୍ତି ପାଇଲଟ୍ । ଶାରୀରିକ ଓ ମାନସିକ ପରୀକ୍ଷାରେ ଏହି ପାଇଲଟ୍ ମାନେ ସଫଳତା ହାସଲ କରିଛନ୍ତି । ଭାରତର ପ୍ରଥମ ମାନବ ଅନ୍ତରୀକ୍ଷ ମିସନ୍ କାର୍ଯ୍ୟକ୍ରମ- ‘ମିସନ୍ ଗଗନଯାନ’ ପାଇଁ ଆଜି ଭାରତୀୟ ବାୟୁସେନା ପକ୍ଷରୁ ପ୍ରଥମ ପର୍ଯ୍ୟାୟ ମହାକାଶ ଯାତ୍ରୀ ଚୟନ କାର୍ୟ୍ୟକ୍ରମ ଶେଷ ହୋଇଛି। ବେଙ୍ଗାଲୁରୁର ଇନଷ୍ଟିଚ୍ୟୁଟ୍‌ ଅଫ୍ ଏରୋସ୍ପେସରେ ଏହି ମହାକାଶ ଯାତ୍ରୀ ଚୟନ ହୋଇଛି। । ଇସ୍ରୋ ଅଧ୍ୟକ୍ଷ କେ ଶିବନ୍ କହିଛନ୍ତି, ଧାର୍ଯ୍ୟ ସମୟ ମଧ୍ୟରେ ଇସ୍ରୋର ଏହି କାର୍ଯ୍ୟ ସମ୍ପାଦନ କରିବା କ୍ଷମତା ରହିଛି। ଏହା ଇସ୍ରୋ ପାଇଁ ଏବ ବଡ଼ ଆହ୍ବାନ ହେବ କିନ୍ତୁ ଇସ୍ରୋ ଏଥିରେ ସଫଳ ହେବ ବୋଲି ସେ କହିଛନ୍ତି।

୨୦୧୮ ଅଗଷ୍ଟ ୧୫ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଏନେଇ ଲାଲକିଲ୍ଲାରୁ ମିଶନ ଗଗନ ଯାନ ନେଇ ଘୋଷଣା କରିଥିଲେ । ୨୦୨୨ ମସିହାରେ ଏହି ଯୋଜନାକୁ ସଫଳ କରାଯିବାକୁ ଟାର୍ଗେଟ୍ ରଖାଯାଇଛି । ମିଶନ ଗଗନ ଯାନ ଟିକଟ ପାଇଥିବା ୧୨ ଜଣ ଯାକ ପାଇଲଟ୍ ହେଉଛନ୍ତି ପୁରୁଷ । ମିସନ୍ ଗଗନଯାନ ପାଇଁ ୪ ଜଣ ଭାରତୀୟ ମହାକାଶ ଯାତ୍ରୀ ୧୫ ମାସ ତାଲିମ ପାଇଁ ନଭେମ୍ବର ୨୦୧୯ ସୁଦ୍ଧା ରୁଷ୍ ଯିବେ। ଏହାପରେ ପୁଣି ଏହି ମହାକାଶ ଯାତ୍ରୀମାନେ ଭାରତରେ ୬ରୁ ୮ମାସ ପର୍ଯ୍ୟନ୍ତ ତାଲିମ ନେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe