୧୨ ଘଣ୍ଟା ପରେ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ : ଗତକାଲି କାଠଯୋଡ଼ିକୁ ଡେଇଁପଡ଼ିଥିଲ ଯୁବକ

Advertisment
୧୨ ଘଣ୍ଟା ପରେ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ : ଗତକାଲି କାଠଯୋଡ଼ିକୁ ଡେଇଁପଡ଼ିଥିଲ ଯୁବକ

କନକ ବ୍ୟୁରୋ : ନିଖୋଜ ଯୁବକଙ୍କ ମୃତ ଦେହ ଉଦ୍ଧାର । ଗତକାଲି କାଠଯୋଡିକୁ ଡେଇଁ ନିଖୋଜ ଥିବା ଯୁବକର ଆଜି ଉଦ୍ଧାର ହୋଇଛି ମୃତଦେହ । ବ୍ରିଜ ଉପରେ ଯୁବକ ଜଣକ ପ୍ରଥମେ ନିଜର ବାଇକ, ହେଲମେଟ ଓ ମୋବାଇଲ ରଖି ନଦୀକୁ ଡେଇଁ ପଡିଥିଲେ । ଗତକାଲି ରାତିରୁ ନିଖୋଜ ଥିଲେ ଦେବବ୍ରତ ମାଝି । ଘଟଣାସ୍ଥଳରେ ବାରଙ୍ଗ ଥାନା ପୋଲିସ ଓ ଦମକଳ ବାହିନୀ ପଂହଚି ମିଳିତ ସର୍ଚ୍ଚ ଅପରେସନ କରୁଥିଲେ । ପ୍ରାୟ ୧୨ ଘଂଟାରୁ ଅଧିକ ସମୟ ପରେ ମିଳିଛି ମୃତଦେହ । ମୃତ ଦେବବ୍ରତଙ୍କ ଘର ଭୁବନେଶ୍ୱର ଗାଡକଣରେ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ତ୍ରିଶୁଳିଆ ନିକଟରେ କାଠଯୋଡନଦୀକୁ ଡେଇଁପଡ଼ିଥଇଲେ ଯୁବକ । ତାଙ୍କ ବୟସ ୩୫ବର୍ଷ ବୋଲି ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ବାରଙ୍ଗ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଅଗ୍ନିଶମ ବାହିନୀର ସହାୟତାରେ ଡେଇଁ ପଡିଥିବା ଯୁବକଙ୍କୁ ଖୋଜାଖୋଜି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତେବେ ପ୍ରାୟ ୧୨ ଘଂଟା ପରେ ଅନେକ ଖୋଜାଖୋଜି କରି ଯୁବକଙ୍କ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବିଭାଗ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe