ଓଲିଉଡ ଅଭିନେତ୍ରୀ ଉଷସୀ ମିଶ୍ରଙ୍କ ସହ ଅସଦାଚରଣ ଅଭିଯୋଗ ! ଅଭିନେତ୍ରୀଙ୍କ ସୋସିଆଲ ମିଡ଼ିଆରେ ପୋଷ୍ଟରୁ ଜଣାପଡ଼ିଲା ଘଟଣା

36

କନକ ବ୍ୟୁରୋ : ଓଲିଉଡର ଲୋକପ୍ରିୟ ଅଭିନେତ୍ରୀ ତଥା ଯାତ୍ରା କଳାକାର ଉଷସୀ ମିଶ୍ରଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି । ଅନୁଗୁଳ ଜିଲ୍ଲା କଣିହାଁ ନିକଟ ଡେରଙ୍ଗରେ ଏହି ଅଘଟଣ ଘଟିଛି । ଏବଂ ଏନେଇ ସେ କଣିିହାଁ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି । ସୂଚନା ଅନୁସାରେ ଗତକାଲି ସେଠାରେ ଯ୍ରାତା ଚାଲିଥିଲା ଆଉ ନାଟକରେ ଅଭିନୟ କରିବା ପାଇଁ ଯାଇଥିଲେ ଉଷସୀ ମିଶ୍ର ।

ତେବେ ଯାତ୍ରା ଚାଲିଥିଲା ସମୟରେ ଜଣେ ବ୍ୟକ୍ତି ତାଙ୍କୁ ଅସଦାଚରଣ କରିଥିଲେ । ଏପରିକି ତାଙ୍କୁ ଗାଳିଗୁଲଜ ସହ ତାଙ୍କ ଗାଡ଼ି ମଧ୍ୟ ଭାଙ୍ଗିବା ନେଇ ହୋଇଛି ଅଭିଯୋଗ । ପୋଲିସ ଏନେଇ ତଦନ୍ତ କରୁଛି ।ତେବେ ସୋସିଆଲ ମିଡ଼ିଆରେ ଏହି ଅଘଟଣ ବିଷୟରେ ଉଷସୀ ମିଶ୍ର ପୋଷ୍ଟ କରିଛନ୍ତି । ଉଷସୀ ଯାତ୍ରା କରିବାକୁ ଡେରଙ୍ଗ ଯାଇଥିଲେ। ସେଠାରେ ଡେରଙ୍ଗ ପଞ୍ଚାୟତର ଇନ୍ଦ୍ରମଣୀ ସାହୁ ଓ ତାଙ୍କ ପୁଅ ମିଶି ତାଙ୍କୁ ଅସଦାଚରଣ କରିଛନ୍ତି । ଏନେଇ ପୋଲିସରେ ଅଭିଯୋଗ ପରେ ଏବେ ତଦନ୍ତ ଆରମ୍ଭ କରିଛି ପୋଲିସ ।