ଧାନକିଣାକୁ ନେଇ ବିଜେପିର ମୁଲତବୀ ପ୍ରସ୍ତାବ ଉପରେ ବିଧାନସଭାରେ ଆଲୋଚନା : ଉତ୍ତର ରଖିଲେ ବିଭାଗୀୟ ମନ୍ତ୍ରୀ, କହିଲେ ଧାନ କିଣାକୁ ସ୍ୱଛ କରିବାକୁ କରାଯାଇଛି ଟୋକନ ବ୍ୟବସ୍ଥା

265

କନକ ବ୍ୟୁରୋ : ଗୃହରେ ଧାନକିଣାକୁ ନେଇ ଗୃହରେ ଆଗତ ହୋଇଥିବା ମୁଲତବୀ ପ୍ରସ୍ତାବର ଗୃହରେ ଲିଖିତ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଉତ୍ତରରେ ମନ୍ତ୍ରୀ କହିଛନ୍ତି ଧାନକିଣାରେ ହୋଇଥିବା ଟୋକନ ବ୍ୟବସ୍ଥାଟ ଚାଷୀ ମାନଙ୍କ ହିତ ଉଦ୍ଦେଶ୍ୟରେ ଅନୁପ୍ରେରିତ । ଏହା ମଣ୍ଡିସ୍ତରରେ ଧାନ କ୍ରୟ ବିକ୍ରୟ କାର୍ଯ୍ୟକଳାପକୁ ଶୃଂଖଳିତ କରିବ । ଚାଷୀଙ୍କୁ ଆଶଙ୍କା ଓ ଅନିଶ୍ଚିତତାରୁ ମୁକ୍ତ କରିବ ।

ନୂଆ ବୈଷୟିକ ଜ୍ଞାନ କୌଶଳ, ସମ୍ମିଳିତ ସହଯୋଗ, ସମୟାନୁବର୍ତୀ ସେବା ପ୍ରଦାନ ମାଧ୍ୟମରେ ଧାନ ସଂଗ୍ରହ କାର୍ଯ୍ୟକୁ ସ୍ୱଚ୍ଛ, ଉତରଦାୟୀ ଓ କ୍ରୀୟାଶୀଳ କରିବା ପାଇଁ ରାଜ୍ୟ ସରକାର ସମସ୍ତ ଆନୁସଙ୍ଗିକ ପଦ କ୍ଷେପ ଗ୍ରହଣ କରିଛନ୍ତି । ତେଣୁ ବିରୋଧୀଙ୍କ ଏହି ଅଭିଯୋଗ ତଥ୍ୟ ଆଧାରିତ ନୁହଁ ବୋଲି ଉତ୍ତର ରଖିଛନ୍ତି ମନ୍ତ୍ରୀ । ଧାନ କିଣାରେ ସରକାର ବିଫଳ ବୋଲି ଅଭିଯୋଗ ଆଣି ଗୃହରେ ସରକାରଙ୍କୁ ଘେରିବାକୁ ନୋଟିସ୍ ଆଣଥିଲେ ବିଜେପି ବିଧାୟକ ।