ଭୁବନେଶ୍ୱର : ବିଜୁ ପଟ୍ଟନାୟକଙ୍କ ୧୦୧ ତମ ଜନ୍ମବାର୍ଷିକୀ ଅବସରରେ ମିନି ମାରାଥନ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

28

କନକ ବ୍ୟୁରୋ : ଆଜି ପାଳିତ ହେଉଛି ବିଜୁ ପଟ୍ଟନାୟକଙ୍କ ୧୦୧ ତମ ଜନ୍ମବାର୍ଷିକୀ । ଭୁବନେଶ୍ୱରରେ ଜନ୍ମବାର୍ଷିକୀ ଅବସରରେ ମିନି ମାରାଥନ । ବିଜୁ ପଟ୍ଟନାୟକ ପାର୍କରୁ ମାରାଥନ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ବିଧାନସଭା ପରିସରରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।

କଳିଙ୍ଗ ଷ୍ଟାଡିୟମରେ ମାରାଥନର ଉଦଯାପନୀ ହେବ । ବିଜୁବାବୁଙ୍କ ଜନ୍ମଶତବାର୍ଷିକୀ ଅବସରରେ ଚଳିତ ବର୍ଷବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଆଜି ଏହାର ଉଦଯାପନୀ ଉତ୍ସବ ପାଳନ କରାଯିବ । ଏ ନେଇ ରାଜ୍ୟବ୍ୟାପୀ ଜନ୍ମବାର୍ଷିକୀକୁ ପାଳନ କରାଯାଉଛି ।

ସେହିପରି କଟକରେ ମଧ୍ୟ ବିଜୁ ବାବୁଙ୍କ ଜନ୍ମବାର୍ଷିକୀ ପାଳିତ ହୋଇଛି । ଏହି ଅବସରରେ ଆୟୋଜିତ ହୋଇଛି ଗଣଦୌଡ । ଆନନ୍ଦଭବନରୁ ମିନି ମାରାଥନ ଆରମ୍ଭ ହୋଇଛି । ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ଗଣଦୌଡର ଶୁଭାରମ୍ଭ କରିଛନ୍ତି ।