ଏଣିକି କାଳିଆ ଯୋଜନାରେ ସାମିଲ ହେବେ ଦୁଗ୍ଧ ଓ ଟସରଚାଷୀ ! ବିଜ୍ଞପ୍ତି ପ୍ରକାଶ କଲା କୃଷି ବିଭାଗ

Advertisment
ଏଣିକି କାଳିଆ ଯୋଜନାରେ ସାମିଲ ହେବେ ଦୁଗ୍ଧ ଓ ଟସରଚାଷୀ ! ବିଜ୍ଞପ୍ତି ପ୍ରକାଶ କଲା କୃଷି ବିଭାଗ

କନକ ବ୍ୟୁରୋ : ଏଣିକି କାଳିଆ ଯୋଜନାରେ ଦୁଗ୍ଧଚାଷୀ ଓ ଟସରଚାଷୀ ସାମିଲ ହେବେ । ସେହି ଚାଷୀମା‌େନ ଯୋଜନାର ଭୂମିହୀନ କୃଷି ଶ୍ରମିକ ପରିବାରଙ୍କ ଉଦ୍ଦିଷ୍ଟ ଜୀବିକା ନିର୍ବାହ ପାଇଁ ସହାୟତା ପାଇପାରିବେ । ଏ ନେଇ କୃଷି ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି । ଗତକାଲି ବିଭାଗୀୟ ପ୍ରସ୍ତାବକୁ ମନ୍ତ୍ରୀ ଶଶିଭୂଷଣ ବେହେରା ଅନୁମୋଦନ କରିବା ପରେ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏହି ବିଜ୍ଞପ୍ତି ଅନୁଯାୟୀ ଯୋଗ୍ୟ ଭୂମିହୀନ କୃଷକ ପରିବାରଙ୍କୁ ଦୁଗ୍ଧଚାଷ ନିମନ୍ତେ ୧୨,୫୦୦ ଟଙ୍କାର ସହାୟତା ମିଳିବ । ସେହିପରି ଟସର ଚାଷୀଙ୍କୁ ୧୨,୫୦୦ ଟଙ୍କାର ସହାୟତା ପ୍ରଦାନ କରାଯିବ। ଉଲ୍ଲେଖଯୋଗ୍ୟ, ଏହି ଯୋଜନାରେ ଭୂମିହୀନ କୃଷି ପରିବାରର ଜୀବିକା ନିର୍ବାହ ନିମନ୍ତେ ବତକ ପାଳନ, କୁକୁଡ଼ା ପାଳନ, ମହୁଚାଷ, ମତ୍ସ୍ୟଜୀବୀଙ୍କୁ ମାଛଧରା ସରଞ୍ଜାମ ଆଦି ପାଇଁ ୧୨,୫୦୦ ଟଙ୍କାର ସହାୟତା ଯୋଗାଇ ଦିଆଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe